ଅଫଲାଇନ୍‌ରେ ବୁଷ୍ଟର ଡୋଜ୍‌ ନମିଳିବାରୁ ତାତିଲେ ଲୋକେ, ସ୍ୱାସ୍ଥ୍ୟକର୍ମୀଙ୍କୁ ଘରେ ପୁରାଇ ପକାଇଲେ ତାଲା

0
1038
ruckus-in vaccination center at balasore

ବାଲେଶ୍ୱର: ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାଦାନକୁ ନେଇ ହଟ୍ଟଗୋଳ । ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ ହୋହାଲ୍ଲା । ସ୍ୱାସ୍ଥ୍ୟକର୍ମୀଙ୍କୁ ଘରେ ପୁରାଇ ତାଲା ମାରିଦେଲେ ଉତ୍ୟକ୍ତ ଲୋକେ । ସୂଚନା ଅନୁସାରେ, ଅଫଲାଇନ୍‌ରେ ଟିକା ଦେବାକୁ ଲୋକେ ଆସିଥିଲେ। ହେଲେ ଟିକା କେବଳ ୨ ଶହ ଥିବାରୁ ଏହାକୁ ଅନଲାଇନ୍‌ରେ ବୁକ୍ କରିଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ମେଡିକାଲ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହା ଜାଣିବା ପରେ ସକାଳୁ ଆସି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏଥିସହ ପାଟିତୁଣ୍ଡ ମଧ୍ୟ କରିଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ୟକ୍ତ ଲୋକେ ମେଡିକାଲ୍ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିକିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ୍‌ ଦିଆଯିବ। ସେଥିପାଇଁ ପ୍ରତି ଟିକାକରଣ କେନ୍ଦ୍ରରେ ଭିଡ ପରିଲିଖିତ ହୋଇଛି । ମାତ୍ର ବାଲେଶ୍ୱର ଜିଲ୍ଲା ପ୍ରଶାସନର ଅନଲାଇନ ନିୟମ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Also Read  Odisha Govt Asks All Healthcare Facilities to Remain on Alert