ଆସନ୍ତା୧୮ରେ ହୀରାକୁଦରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

0
990
hirakud-gate-will-open-on-18th-july-dam-to-release-seasons-first-floodwater

ସମ୍ବଲପୁର: ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌। ସକାଳ ୧୧ ଟା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ। ଉପରମୁଣ୍ଡରୁ କ୍ରମାଗତ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

କିଛିଦିନ ହେଲା ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳସ୍ତର ତିନିଦିନରେ ୪ଫୁଟ ପାଣି ବୃଦ୍ଧି ପାଇଛି। ଜଳଭଣ୍ଡାରକୁ ବର୍ତ୍ତମାନ ୨ଲକ୍ଷ ୧୮ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ସକାଳ ୯ଟାରେ ୬୦୭.୯୧ ଫୁଟରେ ପହଞ୍ଚିଛି।

ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଶୁକ୍ରବାର ଏବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍‌ ଜଳ ପ୍ରବେଶ କରିଛି। ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍‌ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ୍‌ ଯାଏ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

Also Read  Foreigner caught with Mahaprasad inside Jagannath temple: Questions on security arises