‘ସରକାର କୁମ୍ଭକର୍ଣ୍ଣ ଭଳି ଶୋଇଛନ୍ତି, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୦ ଛୁଇଁଲାଣି’: ରାହୁଲ ଗାନ୍ଧି

0
287

ନୂଆଦିଲ୍ଲୀ : ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଗତ କିଛିଦିନ ହେଲା ଟଙ୍କା ମୂଲ୍ୟ ଅହେତୁକ ହ୍ରାସ ପାଇଛି । ଗୁରୁବାର ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇ ୮୦ ଟଙ୍କା ଛୁଇଁଥିଲା । ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଗ୍ରାଫ୍‌ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ‘ଏବେ କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ । ନିଦରୁ ଉଠି ଦେଶର ଆର୍ଥିକ ନୀତିରେ ସୁଧାର କରନ୍ତୁ ସରକାର’। ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୭ ପଇସା ବୃଦ୍ଧି ପାଇ ୭୯.୮୨ରେ ପହଞ୍ଚି ଯାଇଥିଲା । ଏହା ପୂର୍ବରୁ ଗୁରୁବାର ତାହା ୮୦ ଟଙ୍କା ଛୁଇଁଥିଲା । ଯାହାକି ସର୍ବକାଳୀନ ରେକର୍ଡ । ଅବଶ୍ୟ ଶନିବାର ଟଙ୍କାର ମୂଲ୍ୟ ସାମାନ୍ୟ ବୃଦ୍ଧିପାଇଛି । ଗତକାଲି ଯେତେବେଳେ କି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯.୮୨ ଥିଲା ତାହା ଆଜି ୧୦ ପଇସା ହ୍ରାସ ପାଇ ୭୯.୭୨ ରହିଛି ।

କେନ୍ଦ୍ରକୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ‘୮୦, ୯୦ ପୁରା ୧୦୦? ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନେଇ ଲମ୍ବା ଲମ୍ବା ଭାଷଣ ଦେଉଥିଲେ । କିନ୍ତୁ ପିଏମ୍‌ ହେବାପରେ ଦେଶକୁ ଅମୃତକାଳର ଦ୍ବାହି ଦେଇ ପଛକୁ ଠେଲିଦେଇଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ସବୁଠାରୁ ନିମ୍ନ ସ୍ତରକୁ ଖସିଆସି ୮୦ ଟଙ୍କା ହୋଇଯାଇଛି’।

ରାହୁଲ ଆହୁରି ମଧ୍ୟ କହିଛନ୍ତି, ‘ଟଙ୍କାର ମୂଲ୍ୟ ଯେଉଁଭଳି ଭାବେ ଦୟନୀୟ ହେଉଛି ଏବଂ ଦିଶାହୀନ ସରକାରର କାରନାମା ଯୋଗୁଁ ଆଗାମୀ ଦିନରେ ଦେଶର ଜନତା ହିଁ ଭୋଗିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟଙ୍କାର ମୂଲ୍ୟ ମଜବୁତ ହେବାକୁ ହେଲେ ଜଣେ ମଜବୁତ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି । କିନ୍ତୁ ଏବେ ସେ ପ୍ରଧାନମନ୍ତ୍ରୀ କିନ୍ତୁ ଜୁମଲାବାଜୀ ସତ ସମସ୍ତଙ୍କ ସାମ୍ନାରେ’।

Also Read  ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର