ଶାରଜାହରୁ ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନ ପାକିସ୍ତାନର କରାଚୀରେ କଲା ଜରୁରିକାଳୀନ ଅବତରଣ

0
326
indigo-flight-makes-emergency-landing-at-karachi-airport
IndiGo. (File Photo: IANS)

ନୂଆଦିଲ୍ଲୀ: ଇଣ୍ଡିଗୋର ଏକ ବିମାନ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରିଛି । ବିମାନଟି ଶାରଜାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି କରାଚିରେ ଜରୁରୀ ଅବତରଣ କରିଛି। ବୈଷୟିକ ତ୍ରୁଟି ବିଷୟରେ ସୂଚନା ପାଇବା ପରେ କ୍ରୁ ସଦସ୍ୟମାନେ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଦ୍ୱାରା ହାଇଦ୍ରାବାଦକୁ ଅଣାଯିବ।

ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ଶାରଜା-ହାଇଦ୍ରାବାଦ ବିମାନର ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ସୂଚନା ପାଇଛନ୍ତି। ଏହା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବିମାନଟି କରାଚି ଆଡକୁ ମୁହାଁଇଥିଲା। ବର୍ତ୍ତମାନ ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ପାଇଁ କରାଚି ପାଇଁ ଅତିରିକ୍ତ ବିମାନର ବ୍ୟବସ୍ଥା କରାଯାଇଛି।

ଏହାପୂର୍ବରୁ ଜୁଲାଇ ୫ ତାରିଖରେ ସ୍ପାଇସଜେଟର ଏକ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାକୁ ମଧ୍ୟ କରାଚୀରେ ଅବତରଣ କରାଯାଇଥିଲା । ସ୍ପାଇସଜେଟର ଏହି ବିମାନ ଦୁବାଇ ଯାଉଥିଲା । ଅନ୍ୟ ଏକ ଫ୍ଲାଇଟରେ ଯାତ୍ରୀଙ୍କୁ ଦୁବାଇ ଅଣାଯାଇଥିଲା ।

ଘଟଣାକୁ ନେଇ ଡିଜିସିଏ କହିଥିଲା ଯେ, ବିମାନର ଫ୍ଲୁଏଲ ଟ୍ୟାଙ୍କର ଇଣ୍ଡିକେଟରେ କୌଣସି ତ୍ରୁଟି ରହିଥିଲା । ଫୁଏଲ ମାତ୍ରା ଦ୍ରୁତ ଗତିରେ କମୁଥିବା କର୍ମଚାରୀ ଦେଖିଥିଲେ । କାଳେ ଲିକ୍ ଥିବ ଭାବି ଏହାକୁ ଅବତରଣ କରାଯାଇଥିଲା ।

Also Read  ଟେକ୍‌-ଅଫ୍‌ ବେଳେ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ, କାଦୁଅରେ ଫସିଲା ଚକ