ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଏନଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ

0
423
India is a thriving federal society where there has to be sync between the Centre and the States: VP
India is a thriving federal society where there has to be sync between the Centre and the States: VP

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଏନଡିଏ ନିଜର ପ୍ରାର୍ଥୀ ଘୋଷଣା କରିଛି। ସବୁ ଚର୍ଚ୍ଚା ଏବଂ କଳ୍ପନାଜଳ୍ପନାରୁ ବିପରୀତ ବିଜେପି ଜଗଦୀପ ଧନଖଡଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଧନଖଡ ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଅଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି |

ଜଣେ କୃଷକ ପୁତ୍ର ଭାବେ ଜଗଦୀପ ଧନକର ଲୋକଙ୍କ ରାଜ୍ୟପାଳ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ନଡ୍ଡା କହିଛନ୍ତି। ପୂର୍ବରୁ ଆଜି ଧନକର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେ ନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଜଗଦୀପ ଧନକର ୨୦୧୯ ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ବେଶ ଚର୍ଚ୍ଚାରେ ଥିଲେ ଧନକର ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବାର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ।

Also Read  India's Wins Second Gold in Tokyo Paralympics: Sumit Antil Breaks World Record In Javelin