ଆଜି ଅପରାହ୍ଣ ୩ଟା ସୁଦ୍ଧା ପ୍ରକାଶ ପାଇପାରେ ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ: ରିପୋର୍ଟ

0
701
CBSE Results 2025, May Be Declared Soon
CBSE Results 2025, May Be Declared Soon

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୩ଟା ସୁଦ୍ଧା ‘ଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ଅଛି ‌ବୋଲି ବିଶେଷସୂତ୍ରରୁ ଉଦ୍ଧାର କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଫଳାଫଳ ଜାଣିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ‘ସିବିଏସ୍‌ଇ’ର ଅଫିସିୟାଲ୍‌‌ ୱେବ୍‌ସାଇଟ୍‌ cbse.gov.in, cbseresults.nic.in ଭିଜିଟ୍‌ କରିବା ଆବଶ୍ୟକ। ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ନିଜ ନିଜର ‘ସ୍କୁଲ୍‌କୋଡ୍‌’, ‘ରୋଲ୍‌ ନମ୍ବର୍‌’ ଏବଂ ଜନ୍ମ ତାରିଖ ସହ ‘ଲଗ୍‌ଇନ୍‌’ କରି ‘ମାର୍କସିଟ୍‌’ ଡାଉନ୍‌ଲୋଡ୍‌ କରିପାରିବେ।

ଅତିରିକ୍ତ ସୁରକ୍ଷା ଦୃଷ୍ଟିରୁ ‘ମାର୍କସିଟ୍‌’ ଓ ‘ସାର୍ଟିଫିକେଟ୍‌’ ଡାଉନ୍‌ଲୋଡ୍‌ ନିମନ୍ତେ ଛାତ୍ରଛାତ୍ରୀମାନଙ୍କର ‘ଡିଜିଲକର୍‌’ ଆକାଉଣ୍ଟ୍‌’ରେ ‘ସିବିଏସ୍‌ଇ’ ‘ସିକ୍ୟୁରିଟି ପିନ୍‌’ ପ୍ରଚଳନ କରିଛି। ‘ପିନ୍‌’ ନମ୍ବର ଲାଗି ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୁଲ୍‌ ସହିତ ଯୋଗାଯୋଗ କରିପାରିବେ। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଜୁଲାଇ ମାସ ଶେଷ ସୁଦ୍ଧା ‘ସିବିଏସ୍‌ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବ। ଏଥିପାଇଁ ଆଜି ତାରିଖ ଘୋଷଣା କରାଯିବ। କିନ୍ତୁ, ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ।

Also Read  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ସୋମବାର ପର୍ଯ୍ୟନ୍ତ ତଦନ୍ତ ବନ୍ଦ ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ