ଓଲିଉଡ଼ ଷ୍ଟାର ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ୍ : ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ଟଣାଓଟରା କଲେ ବାବୁସାନଙ୍କ ପତ୍ନୀ

0
657
ollywood-star-babushans-quarrel video viral

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା । ଲୋକପ୍ରିୟ ଅଭିନେତା ବାବୁସାନଙ୍କ ପାରିବାରିକ ବିବାଦ ବିଚ୍‌ ରାସ୍ତାରେ ଦେଖିବାକୁ ମିଳିଛି । ବାବୁସାନ ଓ ଅଭିନେତ୍ରୀ ପ୍ରକୃତିଙ୍କୁ ନେଇ ପତ୍ନୀ ତୃପ୍ତିଙ୍କ ହାଇଡ୍ରାମା । ଏପରି ଏକ ଭିଡିଓ ଆଜି ଚର୍ଚ୍ଚାରେ ରହିଛି । ଭିଡିଓରେ ଦେଖାଯାଉଛି କି, ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ହଠାତ ପହଁଚିଯାଇଥିଲେ ବାବୁସାନଙ୍କ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି ।

Also Read  କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ : ଜଣଙ୍କୁ ଅଟକ ରଖିଛି ପୁଲିସ