ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୬୨ କୋଭିଡ୍ ପଜିଟିଭ୍

0
458
more 403-new covid-positives-cases identified in odisha today

ଭୁବନେଶ୍ୱର: ରାଜ୍ୟରେ ପୁଣି ତଳମୁହାଁ ହୋଇଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୫୨ ଜଣ, ସୁନ୍ଦରଗଡ଼ରୁ ୧୪୨ ଜଣ, ମୟୂରଭଞ୍ଜରୁ ୭୮ ଜଣ, ସମ୍ବଲପୁରରୁ ୪୮ ଜଣ, କଟକରୁ ୩୮ ଜଣ, କୋରାପୁଟରୁ ୧୫ ଜଣ, ଭଦ୍ରକଓ ସୋନପୁର ଜିଲ୍ଲରୁ ୧୩ ଜଣ ଲେଖାଁଏ, ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ୧୨ ଜଣ ଲେଖାଁଏ, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲା ୧୧ ଜଣ ଲେଖାଁଏ, ଜଗତସିଂହପୁରରୁ ୧୦ ଜଣ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରୁ ୯ ଜଣ ଲେଖାଁଏ, ଯାଜପୁରରୁ ୮ ଜଣ, ପୁରୀ ଓ ନବରଙ୍ଗପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ଦେବଗଡ଼ ଓ ଗଜପତି ଜିଲ୍ଲାରୁ ୫ ଜଣ ଲେଖାଁଏ, ବାଲେଶ୍ବର, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମ ଜିଲ୍ଲାରୁ ଜଣେ ଏବଂ ଷ୍ଟେଟ ପୁଲ୍‌ରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Also Read  Girls Turning 21 by March 2025 Eligible For "Subhadra"