ଚେନ୍ନାଇରୁ ଫେରିଲା ପ୍ରଯୋଜନା ସଂସ୍ଥାର ପୂରା ଟିମ୍; ହେଲେ ଫେରିଲେନି ବାବୁସାନ୍‌

0
169
babusan-mohanty-not-returned-with-team

ଭୁବନେଶ୍ୱର: ଚେନ୍ନାଇରୁ ଫେରିଲା ଦମନ୍‌ର ପୂରା ଟିମ୍ ହେଲେ ଫେରିଲେନି ବାବୁସାନ୍‌ । ବାବୁସାନ୍‌ ଏବେ କେଉଁଠି ଅଛନ୍ତି, ତାହା ଜଣାନାହିଁ ବୋଲି କହିଛନ୍ତି ଦମନ ଟିମ୍‌ । ଗତକାଲି ରାତିରେ ଫିଲ୍ମ ପ୍ରମୋସନ କରି ଓଡ଼ିଶା ଫେରିଛି ଟିମ୍ । ତେବେ ଟିମ ସହ ଫେରିନାହାନ୍ତି ବାବୁସାନ୍ । ତାଙ୍କ ପାଇଁ ଟିକେଟ ହୋଇଥିଲେ ମଧ୍ୟ ସେ ଓଡ଼ିଶା ଆସିନାହାନ୍ତି । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିବଲା ସେଠାରୁ ସେ ଚେକ୍‌ ଆଉଟ୍‌ କରିସାରିଛନ୍ତି । ବାବୁସାନ କେଉଁଠି ଅଛନ୍ତି, ଏବେବି ସସପେନ୍ସ ।

ଦିନକୁ ଦିନ ପ୍ରକୃତି- ବାବୁସାନ- ତୃପ୍ତି କଳି ନୂଆ ଟ୍ୱିଷ୍ଟ ନେଉଥିବା ବେଳେ ସୋଶାଲ ମିଡିଆରେ ଚାଲିଛି ଜୋରଦାର ଲଢ଼େଇ । ୩ ଦିନ ହେଲାଣି ଏହି ଘଟଣାର ସମାଧାନ ବାଟ ଫିଟି ପାରୁ ନ ଥିବା ବେଳେ ଚେନ୍ନାଇ ପଳାଇଥିବା ବାବୁସାନ ଏ ଯାଏ ଓଡ଼ିଶା ଫେରି ନାହାନ୍ତି। ତାଙ୍କ ଫେରିବା ବାଟକୁ ପରିବାର ସମେତ ଫ୍ୟାନ୍ସ ଅନାଇ ବସିଥିଲେ ବି ଫେରିବା ନାଁ ଧରୁ ନାହାନ୍ତି ବାବୁସାନ । ପୁଲିସ୍‌ ନୋଟିସ୍‌ ସତ୍ତ୍ୱେ କାହିଁକି ବାବୁସାନ ଭୁବନେଶ୍ୱର ଫେରିବାରେ ବିଳମ୍ବ କରୁଛନ୍ତି, ତାହାର କାରଣ ସ୍ପଷ୍ଟ ହୋଇପାରିନି।

ସୂଚନାଯୋଗ୍ୟ, ଗତ ଶନିବାର ସ୍ୱାମୀ ବାବୁସାନଙ୍କ ସହ ଏକାଠି ଦେଖି ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାବୁସାନ ବି ଚାଲିଯାଇଥିଲେ ଚେନ୍ନାଇ ।

Also Read  ୧୨ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

LEAVE A REPLY

Please enter your comment!
Please enter your name here