ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଅଭିଯୋଗରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ

0
140
delhi-police-summons-ollywood-actress-varsha-priyadarshini

କଟକ: ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ । ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୁଲିସରେ ମାମଲା ରୁଜୁ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ବର୍ଷାଙ୍କ ସହ ତାଙ୍କ ଝିଆରୀ ଏବଂ ତାଙ୍କ ମା’ଙ୍କୁ ସମନ ହୋଇଥିବା କୁହାଯାଉଛି ।

ତେବେ ୨୦୧୯ ଜୁଲାଇ ୯ ତାରିଖର ଏହି ମାମଲା । କିନ୍ତୁ ୨୦୨୨ ଜୁଲାଇରେ ଏହି ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୋଲିସ ମାମଲା ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି । ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀର ଏକ ଟିମ୍ ନିକଟରେ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ପାଇନଥିଲା । ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିଲା। ପରେ ପୁରୀଘାଟ ଥାନାକୁ ଯାଇ ସମନ ଗ୍ରହଣ କରିଥିଲେ ବର୍ଷା ।

Also Read  ବେଙ୍ଗାଲୁରରେ ଭାରତର ପ୍ରଥମ ଏୟାର କଣ୍ଡିସନ ଷ୍ଟେସନ ଉଦଘାଟନ କରିବେ ମୋଦି

LEAVE A REPLY

Please enter your comment!
Please enter your name here