ରାଜଧାନୀରେ ଗଡିଲା ଇ-ବସ୍ ଓ ଇ-ରିକ୍ସା, ମହିଳା ଓ କିନ୍ନରଙ୍କୁ ସାରଥୀ ଭାବରେ ନିଯୁକ୍ତି

0
240
cm-naveen-patnaik-inagurate-e-bus-and-e-riksha-in-bhubaneswar

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗଡିଲା ଇ-ବସ୍ ଓ ଇ-ରିକ୍ସା । ନବୀନ ନିବାସ ସାମ୍ନାରେ ପତାକା ଦେଖାଇ ଇ-ବସ୍ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ । ଭୟ ଇ-ରାଇଡ୍‌ ଓ ଇ-ବସ୍‌ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମୁକ୍ତ ହୋଇଥିବା ବେଳେ ଏହି ସେବା ‘ମୋ ବସ୍‌’ ଯାତ୍ରୀମାନଙ୍କ ପ୍ରଥମ ଓ ଶେଷ ମାଇଲ୍‌ ସଂଯୋଗୀକରଣ କରିବ।

ଇ-ବସ୍ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି । ବସରେ ବାଲିବସ୍ଥା ରଖାଯାଇ ଟ୍ରାଏଲ କରାଯାଇଛି । ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ । ସବୁ ବସ ଶୀତତାପ ନିୟନ୍ତ୍ରିତ । ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ ।

ସମସ୍ତ ଇ- ବସରେ ଏସି ସୁବିଧା ସହିତ, ମହିଳା ଯାତ୍ରୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ସଂରକ୍ଷିତ ସିଟ ରହିଛି । ଏଥିରେ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ଏବଂ ମୋ ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନରଙ୍କୁ ସାରଥି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଥର କ୍ରୁଟ ପକ୍ଷରୁ ମହିଲାମାନଙ୍କୁ ମୋ ବସ ଚାଳନା ପାଇଁ ସୁଯୋଗ ଦିଆଯାଇଛି ।

ଏହି ନୂତନ ସେବାର ଶୁଭାରମ୍ଭ ଉପଲକ୍ଷେ ସାଧାରଣ ଯାତ୍ରୀମାନେ ଜୁଲାଇ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ବିନା ଟିକେଟ୍‌ରେ ପ୍ରଦୂଷଣ ବିହୀନ ଇ-ବସ୍‌ ଯାତ୍ରାର ଅନୁଭବ ନେଇପାରିବେ। ସେହିପରି ଏହି ସେବା ଦ୍ବାରା ୫୦୦ରୁ ଊର୍ଦ୍ଧ୍ବ ରୋଜଗାର ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇ-ବସ୍‌ର ଟିକେଟ ମୂଲ୍ୟ ସାଧାରଣ ଏସି ବସ୍‌ ଟିକେଟ୍‌ ମୂଲ୍ୟ ସହିତ ସମାନ ରହିଛି। ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବସ୍‌ ଟିକେଟ୍‌ ମୂଲ୍ୟରେ ରିହାତି ପୂର୍ବଭଳି ସମାନ ରହିଛି।

Also Read  ପୁଲିସ କନଷ୍ଟେବଳଙ୍କ ଘରେ ୩୫ ଅଫିସର : ୬ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

LEAVE A REPLY

Please enter your comment!
Please enter your name here