ଖେଳୁ ଖେଳୁ ପାଣିପାତ୍ରରେ ମୁଣ୍ଡ ବୁଡ଼ି ଯିବାରୁ ଚାଲିଗଲା ୧୧ ମାସର ଶିଶୁ କନ୍ୟାର ଜୀବନ

0
3048
ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ
ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ

ମାଥିଲି: ସାମାନ୍ୟ ଟିକେ ଅନ୍ୟମନସ୍କ ଯୋଗୁ ଚାଲିଗଲା କୋମଳମତି ଶିଶୁ କନ୍ୟାର ଜୀବନ। ଘରେ ଥିବା ପାଣିପାତ୍ରରେ ମୁଣ୍ଡ ବୁଡ଼ି ଯିବାରୁ ଶ୍ୱାସରୁଦ୍ଧ ହୋଇ ଉଡିଗଲା ପ୍ରାଣବାୟୁ। ପରିବାର ଲୋକ ପାଖରେ ନଥିବା ବେଳେ ଖେଳୁ ଖେଳୁ ନିରୀହ ୧୧ ମାସ ଶିଶୁ କନ୍ୟାର ଘଟିଗଲା ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲା ମାଥିଲି ବ୍ଲକ ମେକାଲସାହି ଗାଁରେ ଘଟିଛି। ଏ ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟ ଖୋଳିଯାଇଛି। ଅଞ୍ଚଳବାସୀ ସ୍ତବ୍ଦ କରିଦେଇଛି ଶିଶୁ ମୃତ୍ୟୁ ଘଟଣା।

ସୂଚନା ମୁତାବିକ, ଏକ ବଡ଼ ହାଣ୍ଡିରେ ସାମାନ୍ୟ ପାଣି ଥିଲା, କିନ୍ତୁ ସେଥିରେ ମୁଣ୍ଡ ବୁଡାଇବା ପରେ ଗାଁର ବୁଦ୍ରା ମାଢିଙ୍କ ୧୧ ମାସର ଶିଶୁ କନ୍ୟା ଡୋଲିର ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଗଲା । ଶନିବାର ସକାଳେ ଘରେ କେହି ନଥିବାବେଳେ ଘର ବାହାରେ ଖେଳୁଥିଲା ଡୋଲି । ଏତିକିବେଳେ ଭାତ ରାନ୍ଧୁଥିବା ଏକ ବଡ଼ହାଣ୍ଡି ପାତ୍ରରେ ଖେଳି ଖେଳି ଓଲଟା ପଡିବ ଯିବାରୁ ମୁଣ୍ଡ ବୁଡି ରହିଥିଲା। ପାଣିପାତ୍ରରେ ଅଣନିଶ୍ବାସ ହୋଇ କୋମଳମତି ଶିଶୁ ପ୍ରାଣ ଚାଲିଗଲା। ପ୍ରାୟ ଘଣ୍ଟାଏ ରୁ ଅଧିକ ସମୟ ପରେ ବଡ଼ହାଣ୍ଡିରେ ପଡି ଶିଶୁର ଜୀବନ ଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Also Read  Brother-Sister duo get drowned last night in Malkangiri, Odisha