ଘାସ କାଟୁଥିବା ବେଳେ ସାପ କାମୁଡ଼ାରେ ଯୁବକ ମୃତ

0
148

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବେଣାପୁର ଗ୍ରାମରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଚି। ମୃତକ ଜଣକ ହେଲେ ଲଷ୍ମୀଧର ନାୟକଙ୍କ ପୁଅ ମାନସ । ବିଲକୁ ଘାସ କାଟିବାକୁ ମାନସ ଯାଇଥିଲେ । ଘାସ କାଟୁଥିବା ସମୟରେ ଅଜଣାରେ ଏକ ବିଷଧର ସାପ କାମୁଡି ଦେଇଥିଲା । ସେଠାରେ ମୁଣ୍ଡ ବୁଲାଇବାରୁ ସେ ଘରକୁ ପଳାଇ ଆସିଥିଲେ । ଘରେ ଗୁରତର ହେବାରୁ ତାଙ୍କୁ ପରିବାର ଲୋକେ ବଡଚଣା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଡଚଣା ପୋଲିସ ମେଡିକାଲରେ ପହଂଚି ମୃତଦେହ ଜବତ କରି ତଦନ୍ତ ଚଳେଇଛି ।

Also Read  ଦେଶରେ କମୁଛି ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଂଟାରେ ୧୪,୧୪୮ ନୂଆ ସଂକ୍ରମିତ ଚିହ୍ନଟ

LEAVE A REPLY

Please enter your comment!
Please enter your name here