ବାବୁସାନଙ୍କ ବିରୋଧରୁ ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି ଶତପଥୀ

0
133

ଭୁବନେଶ୍ବର : ବାବୁସାନ-ପ୍ରକୃତି-ତୃପ୍ତି ବିବାଦରେ ସମାଧାନର ବାଟ କେବେ ବାହାରିବ ? ଏହାର ଉତ୍ତର ଅପେକ୍ଷାରେ ଏବେ ଓଡ଼ିଆ ସିନେ ପ୍ରେମୀ । ଏହି ଘଟଣାରେ ପ୍ରତିଦିନ ନୂଆ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସୁଛି । କେତେବେଳେ ସମସ୍ତର ପ୍ରିୟ ଅଭିନେତା ବାବୁସାନ ବାଲକୋନୀକୁ ଆସି ନିଜ ଫ୍ୟାନ୍ସମାନଙ୍କୁ ଦେଖା ଦେଉଛନ୍ତି ତ କେବେ ପ୍ରକୃତି ଛାତ ଉପରକୁ ଆସି ଦେଖା ଦେଉଛନ୍ତି । ଗତକାଲି ଦୁହିଁଙ୍କର ଅଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ଦିନ ସାରା ଚର୍ଚ୍ଚାରେ ରହିଥିଲା ।

ମାତ୍ର ଏହାରି ଭିତରେ ଗତକାଲି ଓ ଆଜି ତୃପ୍ତିଙ୍କ ଘରକୁ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଯାଇ ବୁଝାଇବାକୁ ଚେଷ୍ଟା କରିଥିବା ନଜର ଆସିଛନ୍ତି । ଏହି ବୁଝାସୁଝା ପରେ ଏବେ ଏକ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଯାହା ବାବୁସାନଙ୍କ ଫ୍ୟାନ୍ସମାନଙ୍କୁ କିଛି ମାତ୍ରାରେ ଟେନସନ ମୁକ୍ତି କରିବ । ବାବୁସାନ ଚେନ୍ନାଇରୁ ଫେରିବା ପରେ ପ୍ରତିଦିନ ସକାଳୁ ତାଙ୍କ ଘର ଆଗରେ ଫ୍ୟାନ୍ସମାନେ ନିଜ ଷ୍ଟାରଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ର ହେଉଛନ୍ତି ।

ଆଉ ଚାଲିଥିବା ବିବାଦ ଶେଷ ହେଉ ବୋଲି କେହି କେହି ଠାକୁରଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରୁଥିବା ନଜର ଆସୁଛନ୍ତି । ନ ଖାଇ ନ ପିଇ ନିଜ ମନ ପସନ୍ଦର ଷ୍ଟାର ବିବାଦ କିଭଳି ଶେଷ ହେବ ତାହାକୁ ଚାତକ ପରି ଅନାଇ ବସୁଛନ୍ତି । ମାତ୍ର ଏବେ କିଛି ସମାଧାନର ବାଟ ବାହାରିବ ବୋଲି ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ତଥା ଅଭିନେତା ରବି ମିଶ୍ର । ବାବୁସାନଙ୍କ ନାଁରେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଦେଇଥିବା ମାମଲା ପ୍ରତ୍ୟାହାର କରିବେ ବୋଲି ରାଜି ହୋଇଥିବା ଜଣାପଡ଼ିଛି । ଗତକାଲିଠାରୁ ବାରମ୍ବାର ତାଙ୍କ ଘରକୁ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ ।

Also Read  ଜୟଶଙ୍କର ଜଣେ ପ୍ରକୃତ ଦେଶଭକ୍ତ : ରୁଷ

LEAVE A REPLY

Please enter your comment!
Please enter your name here