ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବଡ଼ ବୟାନ୍; କହିଲେ ଧର୍ମ ନାଁରେ ଦେଶକୁ ବିଗାଡ଼ୁଛନ୍ତି କିଛି ଲୋକ

0
172

ନୂଆଦିଲ୍ଲୀ,୩୦/୦୭: ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଦେଶର ଶାନ୍ତି ପ୍ରତି ବାଧା ସୃଷ୍ଟି କରୁଥିବା ଅପମାନଜନକ ମନ୍ତବ୍ୟକୁ ନେଇ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ ଧର୍ମ, ବିଚାରଧାର ଓ ଆଦର୍ଶକୁ ନେଇ ସଦ୍ଭାବନାରେରେ ବାଧା ଦେବା ଓ ଅଶାନ୍ତି ସୃଷ୍ଟି କରିବା ଭଳି ଷଡ଼ଯନ୍ତ୍ର ରଚୁଥିବା ଅସାମାଜିକ ଲୋକଙ୍କୁ ଏସବୁରୁ ଦୁରେଇ ରହିବାକୁ ଚେତାବନୀ ଦେଇଛନ୍ତି। ଡୋଭାଲ ଦିଲ୍ଲୀରେ ଅଖିଳ ଭାରତୀୟ ସୁଫି ସାଜାଦନାଶିନ ପରିଷଦ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟିପ୍ପଣୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସର୍ବଧର୍ମର ମୁଖ୍ୟମାନେ ତମାମ ବିଷୟରେ ଆଲୋଚନା କରିଥିଲେ ଏବଂ ଶାନ୍ତି ଓ ଏକତା ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ। ଡୋଭାଲ କହିଛନ୍ତି କିଛି ଲୋକ ଏମିତି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଯାହାକି, ଭାରତର ପ୍ରଗତିରେ ବାଧା ସୃଷ୍ଟି କରୁଛି। ସେମାନେ ଧର୍ମ, ବିଚାରଧାର ଓ ଆଦର୍ଶ ନାଁରେ କଟୁତା ଓ ସଙ୍ଘର୍ଷ ସୃଷ୍ଟି କରୁଛନ୍ତି, ଯାହାର ପ୍ରଭାବ ସାରା ଦେଶ ଉପରେ ପଡ଼ୁଛି ଏବଂ ଦେଶ ବାହାରକୁ ମଧ୍ୟ ପରିବ୍ୟାପ୍ତ ହେଉଛି।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଏଭଳି ଚେତାବନୀ ରାଷ୍ଟ୍ରରେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଉପୁଜିଥିବା ହିଂସାତ୍ମକ ପରିସ୍ଥିତି ପରେ ଆସିଛି। ପେଙ୍ଗଓ୍ବର ମହମ୍ମଦଙ୍କୁ ନେଇ ନିଲମ୍ବିତ ବିଜେପି ନେତ୍ରୀ ନୁପୁର ଶର୍ମା ଦେଇଥିବା ବୟାନକୁ ଭାରତ ସମେତ ଅନେକ ଦେଶରେ ଦୃଢ଼ ନିନ୍ଦା କରାଯାଇଥିଲା। ଏହାପରେ କୌଣସି ବିବାଦୀୟ ବା ଆପତ୍ତିଜନକ ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଷ୍ଟ୍ର କହିଥିଲା।

Also Read  ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକ ଥିବା ହୋଟେଲ୍‌ ବାହାରେ ‘ତୃଣମୂଳ କଂଗ୍ରେସ’ର ପ୍ରତିବାଦ

LEAVE A REPLY

Please enter your comment!
Please enter your name here