ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତଳନରେ ଭାରତକୁ ଆଉ ଏକ ସଫଳତା, ଅଚିନ୍ତା ଶୁଳି ଜିତିଲେ ଗୋଲ୍ଡ ମେଡାଲ

0
460

ବର୍ମିଂହାମ : ବର୍ମିଂହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା। ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ପଶ୍ଚିମବଙ୍ଗର ଅଚିନ୍ତ ସ୍ନାଚରେ ୧୪୩ କିଲୋଗ୍ରାମ ଉଠାଇଥିଲେ, ଯାହାକି ଏକ ନୂଆ ଗେମ୍ସ ରେକର୍ଡ । ସେ କ୍ଲିନ ଆଣ୍ଡ୍ ଜର୍କରେ ୧୭୦ କେଜି ସହ ମୋଟ ୩୧୩ କିଲୋଗ୍ରାମ ଉଠାଇ ନୂଆ ରାଜ୍ୟଗୋଷ୍ଠୀ କ୍ରୀଡା ରେକର୍ଡ ସୃଷ୍ଟି କରିଥିଲେ । ଗତ ବର୍ଷ ଜୁନିଅର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସିଲଭର ଜିତିଥିବା ଶେଉଳି ତୃତୀୟ ପ୍ରୟାସରେ ଉଭୟ ଶ୍ରେଷ୍ଠ ଲିଫ୍ଟ କରିଥିଲେ, ମାଲେସିଆର ଇ ହିଦୟତ ମହମ୍ମଦ ୩୦୩ ଓଜନ ସହ ରୌପ୍ୟ ଏବଂ କାନାଡାର ଶ୍ୟାଡ୍ ଡାର୍ସିନି ୨୯୮ କିଲୋଗ୍ରାମ ଉଠାଇ ବ୍ରୋଞ୍ଜ ଜିତିଥିଲେ।

ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୬ଟି ପଦକ ଜିତିଛି ଏବଂ ସମସ୍ତ ପଦକ ଭାରୋତ୍ତୋଳନରେ ଆସିଛି । ଭାରତ ଏପର୍ଯ୍ୟନ୍ତ ତିନୋଟି ସ୍ୱର୍ଣ୍ଣ ପଦକ, ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ଅଚିନ୍ତଙ୍କ ଶୁଳି ପୂର୍ବରୁ ରବିବାର ଜେରେମି ଲାଲରିନୁଙ୍ଗା ୬୭ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ସେହିପରି ଶନିବାର ଅଲିମ୍ପିକ୍ ପଦକ ବିଜେତା ମିରବାଇ ଚାନୁ ୪୯ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୫୫ କେଜି ମହିଳା ବର୍ଗରେ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ହାସଲ କରିଥିଲେ । ସଂକେତ ମହାଦେବ ସରଗର ପୁରୁଷ ୫୫ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ଓ ଗୁରୁରାଜ ପୂଜାରୀ ୬୧ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

Also Read  ସୋନମ କପୁରଙ୍କ ଘରୁ ୧.୪୧ କୋଟି ଟଙ୍କାର ଗହଣା ଚୋରି

LEAVE A REPLY

Please enter your comment!
Please enter your name here