କମ ବୟସରେ ପାଚି ଯାଉଛି କି ଆପଣଙ୍କ କେଶ ? ତେବେ ଜାଣନ୍ତୁ ଏହାକୁ ରୋକିବାର ସହଜ ଉପାୟ…

0
678
remedies-to-protect-your-hair-from-getting-white

ବର୍ତ୍ତମାନ ସମୟରେ ଅଧିକ ବୟସ ହେବାର ଯଥେଷ୍ଟ ପୂର୍ବରୁ ବହୁ ବ୍ୟକ୍ତିଙ୍କର କେଶ ପାଚିବା ଦେଖା ଯାଉଛି। କମ ବୟସରେ କେଶ ଧଳା ହେବାକୁ ନେଇ ଏବେ ପ୍ରାୟତଃ ସମସ୍ତେ ଚିନ୍ତିତ । ଏହି କାରଣରୁ ଯୁବକଙ୍କୁ ଅନେକ ସମୟରେ ଲଜ୍ଜାବୋଧ ଓ ଲୋ କନଫିଡେନ୍ସର ସାମନା କରିବାକୁ ପଡ଼ୁଛି । ତେବେ ଆସନ୍ତୁ ଜାଣିବା କେମିତି ଆମେ ଧଳା କେଶ ସମସ୍ୟାକୁ ରୋକି ପାରିବା।

୧- ହେଲ୍‌ଦି ଫୁଡ୍ସ ଖାଆନ୍ତୁ –

ଆମ ଶରୀରର ଅଧିକାଂଶ ସମସ୍ୟାର ସୃଷ୍ଟି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ହୋଇଥାଏ। କେଶ ଧଳା ହେବା ବି କୌଣସି ଏକ ଅପବାଦ ନୁହେଁ, ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କୁ ବଜାରରେ ଜଙ୍କ୍‌ ଓ ଫାଷ୍ଟ ଫୁଡ୍‌ ଖାଇବା ପସନ୍ଦ ଆସୁଛି, ଯାହା ତାଙ୍କର ସ୍ୱାସ୍ଥ୍ୟକୁ ବିଗାଡ଼ୁଛି। ଯଦି ଆପଣଙ୍କର ପେଟ ଠିକ୍‌ ରହିବ ନାହି ତ ଏହାର ପ୍ରଭାବ କେଶ ଉପରେ ପଡ଼ିବାର ସମ୍ଭାବନା ରହିଛି। ଆପଣ ପ୍ରତିଦିନ ଭୋଜନରେ ଭିଟାମିନ୍ସ , କ୍ୟାଲସିୟମ , ପ୍ରୋଟିନ୍, ଜିଙ୍କ୍‌ , ଆଇରନ ଓ କପର ଭଳି ମୁଖ୍ୟ ନ୍ୟୁଟ୍ରିଏଣ୍ଟସକୁ ନିଶ୍ଚୟ ସାମିଲ କରନ୍ତୁ।

୨- ସ୍ମୋକିଂକୁ ଦୂରେଇ ଦିଅନ୍ତୁ –

ସିଗାରେଟ୍‌, ବିଡ଼ି , ହୁକ୍କା ଭଳି ଜିନିଷ ସ୍ୱାସ୍ଥ୍ୟ ପାଇଁ ଜମାରୁ ଭଲ ନୁହେଁ , ଆମେ ଜାଣିଛୁ କି, ଏହି ଜିନିଷରୁ ବାହାରୁ ଥିବା ଧୁଆଁ ଆମର ଫୁସଫୁସ୍‌କୁ ଖରାପ କରି ଦେଇଥାଏ। ହେଲେ ଆପଣ କଣ ଜାଣନ୍ତି କି, ଧୁମ୍ରପାନରେ କେଶ ସମୟ ପୂର୍ବରୁ ପାଚିବାକୁ ଲାଗେ ? ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଖରାପ ଅଭ୍ୟାସ ବେଶୀ ଦେଖିବାକୁ ମିଳୁଛି , ଏଥିପାଇଁ ତାଙ୍କର କେଶର ଅବସ୍ଥା ବିଗିଡ଼ି ଯାଏ।

୩- ଚିନ୍ତାକୁ ହ୍ରାସ କରନ୍ତୁ –

ଚିନ୍ତାକୁ ଅନେକ ରୋଗର ଘର ବୋଲି ମନେକରାଯାଏ , କାରଣ ଏକ ସୁସ୍ଥ ମସ୍ତିଷ୍କ ବିନା ଆମେ ସୁସ୍ଥ ଶରୀରର କଳ୍ପନା କରି ପାରିବା ନାହିଁ। କୁହାଯାଏ କି,ଅତ୍ୟଧିକ ଅବସାଦ ବା ଚିନ୍ତାରେ ରହିବା ଦ୍ଲାରା କେଶ ପାଚି ଥାଏ ଏବଂ ଧଳା କେଶ ଯୋଗୁଁ ବହୁତ ଟେନସନ ଲାଗିଥାଏ। ଏଥିପାଇଁ ସବୁଠୁ ଭଲ ନିଜର ପ୍ରତିଦିନ ଜୀବନରେ ଆବଶ୍ୟକତାରୁ ଅଧିକ ଚିନ୍ତା ନକରନ୍ତୁ।

୪- ଥାଇରଏଡ୍‌ ଟେଷ୍ଟ କରାନ୍ତୁ –

ଯେବେ ଆମ ଶରୀରରେ ଥାଇରୋକ୍ସିନ୍‌ ହର୍ମୋନ୍‌ ଆବଶ୍ୟକତାରୁ ଅଧିକ କ୍ଷରଣ ହେବାକୁ ଲାଗେ ତ ଏଥିରୁ ଧଳା କେଶର ସମସ୍ୟା ସୃଷ୍ଟି ହୋଇଥାଏ । ହାଇପୋଥାଇରାଇଡିଜିମ୍‌ରୁ ରକ୍ଷା ପାଇବା ପାଇଁ ଆପଣ ଥାଇରଏଡ୍‌ ଟେଷ୍ଟ ନିଶ୍ଚୟ କରାନ୍ତୁ।

Also Read  ପରୀକ୍ଷା ପେପରରେ ‘ପୁଷ୍ପା’ର କ୍ରେଜ୍‌, ୧୦ମ ଶ୍ରେଣୀ ଛାତ୍ର ପରୀକ୍ଷା ଖାତାରେ ଲେଖିଲା କିଛି ଏମିତି....