ବେଜିଂର ଚେତାବନୀ ସତ୍ତ୍ୱେ ତାଇଓ୍ୱାନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନସୀ ପେଲୋସି

0
475

ତାଇପେଇ ସିଟି: ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ବିଶ୍ୱର ଦୁଇ ମହାଶକ୍ତି ଚୀନ୍ ଏବଂ ଆମେରିକାର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ନାନସୀ ପେଲୋସି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନଙ୍କୁ ଭେଟିଛନ୍ତି। ଏହି ବୈଠକରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ କହିଛନ୍ତି ଯେ “ମୁଁ ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କୁ ସ୍ୱାଗତ କରୁଛି। ଆମେରିକା-ତାଇୱାନ ସମ୍ପର୍କ ବିଷୟରେ କଥା ହୋଇଛୁ । ଏହି ସାକ୍ଷାତ ପାଇଁ ଖୁସି ଜାହିର କରୁଛୁ। “

ରାଷ୍ଟ୍ରପତି ତାଇ ଇଙ୍ଗ ୱେନ କହିଛନ୍ତି, “ଆମେରିକାର ବାଚସ୍ପତି ପେଲୋସି ପ୍ରକୃତରେ ତାଇୱାନର ଅନ୍ୟତମ ପ୍ରକୃତ ବନ୍ଧୁ। ତାଇୱାନ ପାଇଁ ଆମେରିକର ଏପରି ସମର୍ଥନ ପାଅଁ ଆମେ କୃତଜ୍ଞ।” ତାଇ ଇଙ୍ଗ ୱେନ ଆହୁରି କହିଛନ୍ତି, ଆମେ ଆମ ଦେଶର ସାର୍ବଭୈମତ୍ୱକୁ ଦୃଢ ଭାବରେ ରକ୍ଷା କରିବୁ ଏବଂ ପ୍ରତିରକ୍ଷା ରେଖା ବଜାୟ ରଖିବୁ। ଏଥି ସହିତ, ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଏବଂ ବିଶ୍ୱାସ ଉପରେ ଗୁରୁତ୍ୱ ଦେବୁ । ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ସହ ସହଯୋଗ ଏବଂ ଏକତା ମଧ୍ୟରେ କାମ କରିବାକୁ ଅପେକ୍ଷା କରିଛୁ। “

Also Read  ଜୁନ ୩୦ରୁ ଆରମ୍ଭ ଅମରନାଥ ଯାତ୍ରା