ତାଇୱାନ୍‌ ବିବାଦ ଭିତରେ LACଠୁ ଦୂରେଇ ରହିବାକୁ ଚୀନକୁ କଡା ଚେତାବନୀ ଦେଲା ଭାରତ

0
515

ନୂଆଦିଲ୍ଲୀ: ଭାରତର ପୂର୍ବ ଲଦ୍ଧାଖ ସୀମା ନିକଟରେ ଯୁଦ୍ଧ ବିମାନ ନଉଡାଇବା ନେଇ ଚୀନକୁ କଡା ଚେତାବନୀ ଦେଇଛି ଭାରତ । ଚୀନ୍ ତାର ଲଢୁଆ ବିମାନକୁ ସୀମାଠାରୁ ଦୂରରେ ରଖିବାକୁ କହିଛି ଭାରତ । ଚୀନ୍ ତାଇୱାନ୍ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଚୀନକୁ ଭାରତ ଏଭଳି ଚେତାବନୀ ଦେଇଛି ।

ଗତ କିଛି ଦିନ ହେବ ଚୀନ୍‌ ଯୁଦ୍ଧ ବିମାନ ଭାରତ ସୀମାର ଖୁବ୍ ନିକଟରେ ରହିଛି। ଚୀନ୍‌କୁ ଭାରତ ଏଭଳି ଚେତାବନୀ ସେହି ସମୟରେ ଦେଇଛି, ଯେତେବେଳେ ତା’ର ତାଇୱାନ ସହିତ ବିବାଦ ଚାଲିଛି। ଆମେରିକାର ବାଚସ୍ପତି ନାନସି ପେଲୋସି ତାଇୱାନ ଗସ୍ତ ପରେ ଚୀନ୍‌ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବିରୋଧରେ ଚୀନ୍ ତାଇୱାନ ସୀମାକୁ ଲାଗିଥିବା ଅଞ୍ଚଳରେ ସାମରାଭ୍ୟାସ କରୁଛି।

ଭାରତ ଏହି ପ୍ରସଙ୍ଗରେ ଚୀନ୍ ସହିତ ସାମରିକ ସ୍ତରର ବୈଠକ ଡକାଇଥିଲା। ଏଥିରେ ଭାରତ ପୂର୍ବ ଲଦାଖରେ ଚୀନ୍‌କୁ ଉକୁସାଇବା ଭଳି ଗତିରୋଧକୁ ନେଇ ବିରୋଧ ପ୍ରଦର୍ଶନ କରିଛି। ସରକାରୀ ସୁତ୍ରରୁ ଜଣାପଡିଛି ଯେ, ଏହି ସ୍ବତନ୍ତ୍ର ସାମରିକ ବୈଠକ ମେଜର ଜେନେରାଲଙ୍କ ନେତୃତ୍ବରେ ହୋଇଥିଲା। ଏହି ସମୟରେ ଏୟାରଫୋର୍ସର ଏୟାର କମାଣ୍ଡର ମଧ୍ୟ ଉପସ୍ଥିତ ଥିଲେ।

Also Read  Quake of magnitude 3.6 hits Bikaner in Rajasthan