କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ

0
397

ଭୁବନେଶ୍ବର: କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଯାଜପୁର ରୋଡ ସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରହିଛି। ତାଙ୍କର ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ରାଜଧାନୀର ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା ମୌଜାରେ ବି ପ୍ଲଟ୍ ଠାବ କରାଯାଇଛି। ଏହି ଚଢାଉରେ ଜଣେ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

Also Read  ରାଜ୍ୟରେ ଆଜିଠୁ ପୁଣି ବୃଦ୍ଧି ପାଇବ ବର୍ଷାର ପ୍ରକୋପ: ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା