ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ସମେତ ଦେଶର ୧୫୧ ଜଣ ପୋଲିସ ଅଫିସର ପାଇବେ ଗୃହ ମନ୍ତ୍ରାଳୟ ପଦକ

0
342
15 Police Personnel From Odisha To Be Awarded On I-Day
15 Police Personnel From Odisha To Be Awarded On I-Day

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍‌ ଅଧିକାରୀ ରହିଛନ୍ତି । ଆସନ୍ତା ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଏହି ଦକ୍ଷ ପୁଲିସ୍‌ ଅଫିସରଙ୍କୁ ସମ୍ମାନିତ କରାଯିବ। ପଦକ ପାଇବାକୁ ଥିବା ଓଡ଼ିଶାର ୪ ପୋଲିସ୍‌ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ଉତ୍କର୍ଷ ପଦକ । ଏହାବାଦ ଏନଆଇଏରୁ ୫ ଓ ଏନସିବିରୁ ୫ ଅଧିକାରୀ ପୁରୁସ୍କୃତ ହେବେ । ବିଭିନ୍ନ ରାଜ୍ୟ ମଧ୍ୟରୁ ଆନ୍ଧ୍ରପ୍ରଦେଶରରୁ ୬, ଆସାମରୁ ୪, ବିହାରରୁ ୭, ଛତିଶଗଡ଼ରୁ ୩, ଗୁଜରାଟରୁ ୬, ହରିୟାନାରୁ ୪, ହିମାଚଳ ପ୍ରଦେଶରୁ ୧, ଜମ୍ମୁ, କଶ୍ମୀରରୁ ୧, ଝାଡ଼ଖଣ୍ଡରୁ ୨, କର୍ଣ୍ଣାଟକରୁ ୬, କେରଳରୁ ୭, ମଧ୍ୟପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, ମଣିପୁରରୁ ୧ପୁଲିସ୍‌ ଅଧିକାରୀ ପୁରସ୍କୃତ ହେବେ। ମେଘାଳୟରୁ ୧, ମିଜୋରାମରୁ ୧, ନାଗାଲାଣ୍ଡରୁ ୧, ପଞ୍ଜାବରୁ ୧, ରାଜସ୍ଥାନରୁ ୮, ତାମିଲନାଡ଼ୁରୁ ୫, ତେଲେଙ୍ଗାନାରୁ ୫, ତ୍ରିପୁରାରୁ ୧, ଉତ୍ତରପ୍ରଦେଶରୁ ୧୧, ଉତ୍ତରାଖଣ୍ଡରୁ ୧, ପଶ୍ଚିମବଙ୍ଗରୁ ୮ ଦକ୍ଷ ଅଧିକାରୀଙ୍କୁ ପୁରସ୍କୃତ କରାଯିବାକୁ ସ୍ଥିର କରାଯାଇଛି। ଏହାବାଦ ଆଣ୍ଡାମାନ ନିକୋବରରୁ ୧, ଦାଦର ଓ ନାଗର ହାଭେଲିରୁ ୧, ଡାମନ ଡିୟୁରୁ ୧, ଦିଲ୍ଲୀରୁ ୬, ପୁଡୁଚେରୀରୁ ୧ ଅଧିକାରୀ ପୁରସ୍କୃତ ହେବେ ବୋଲି ଜଣାଯାଇଛି।

Also Read  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କରୋନା : ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେନାହିଁ