ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ, ଆଗାମୀ ୬ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ

0
367
low-pressure-turned-to-depression

ଭୁବନେଶ୍ୱର: ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ କରିବ। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ଏହା ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି । ବାଲେଶ୍ୱର ଠାରୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ । ଦୀଘାର ଦକ୍ଷିଣ-ପୂର୍ବରେ ୧୦ କିମି ଦୂରରେ ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ସ୍ଥାନରେ ଅତିପ୍ରବଳ ବର୍ଷା (୧୧୫.୬ମିମିରୁ ୨୦୪.୪ମିମି) ହୋଇଥିବା ବେଳେ ୭୩ଟି ସ୍ଥାନରେ ପ୍ରବଳ ବର୍ଷା (୬୪.୫ରୁ ୧୧୫.୫ମିମି) ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।

ହୀରାକୁଦର ଉପରମୁଣ୍ଡରେ ଏବଂ ତଳ ମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦରୁ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ୩୪ ଟି ଗେଟ ଖୋଲା ରହିଛି । ସ୍ଥିତି ଦେଖି ଅଧିକ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ । ବଂଶଧାରା କାଶୀନଗର ନିକଟରେ ଜଳ ସ୍ତର ବଢିଛି । ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର ବଢୁଛି ଏବଂ ଜଳକାର ଜଳ ସ୍ତର ବି ବଢ଼ିବାରେ ଲାଗିଛି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରୁ ପାଣି ଆସିବା ଜାରି ରହିଛି ତେଣୁ ଜଳ ସ୍ତର ଆହୁରି ବଢ଼ିବ । ୧୫ ତାରିଖ ସୁଦ୍ଧା ମୁଣ୍ଡଳି ଦେଇ ୭ ଲକ୍ଷ କ୍ୟୁସେକ ପ୍ଲସ ଜଳ ପ୍ରବାହିତ ହେବ । କିନ୍ତୁ ବର୍ଷା ଜାରି ରହିଥିବାରୁ ଜଳ ସ୍ତର ବଢିପାରେ ।

Also Read  Khordha Police Nab A Criminal Gang Involve In NH Loot Cases