ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ

0
396
ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ
ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ

ଭୁବନେଶ୍ୱର: ଜୁନ ୨୦ ତାରିଖ : ତାମିଲନାଡୁର କାଲାକୁରିଚିରେ ବିଷାକ୍ତ ମଦ ପିଇ 29 ଜଣଙ୍କର ମୃତ୍ୟୁ ଘଟିଛି I ସରକାରୀ ସୂତ୍ରରୁ ପ୍ରକାଶ ଯେ’ ୧୦୯ ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I
ପ୍ରଶାସନ ଘଟଣାର ମୁକାବିଲା ପାଇଁ ନିକଟସ୍ଥ ସରକାରୀ ମେଡିକାଲ କଲେଜରୁ ବିଶେଷଜ୍ଞଙ୍କ ସମେତ ପର୍ଯ୍ୟାପ୍ତ ମେଡିକାଲ୍ ପ୍ରଫେସନାଲ ନିୟୋଜିତ ହୋଇଛନ୍ତି।
ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ 49 ବର୍ଷିୟ କେ କନ୍ନୁକୁଟିଙ୍କୁ ଗିରଫ କରିଛି। ଅଧିକାରୀମାନେ ଦୁଇଶହ ଲିଟର ବେଆଇନ ମଦ ଜବତ କରିଛନ୍ତି ଏବଂ ଏହାର ତଦନ୍ତ ଚାଲିଛି। ଜବତ ହୋଇଥିବା ମାଡ଼ରେ ମାରାତ୍ମକ ମିଥାନୋଲ ଅଛି କି ନାହିଁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଘଟଣାରେ ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Also Read  Cyclone Gaja kills 13, leaves trail of destruction in TN