ପ୍ରଥମଥର ପାଇଁ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ

0
74
ପ୍ରଥମଥର ପାଇଁ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ

ସାଂସଦ କୋଡିକୁନିଲ ସୁରେଶ ବିରୋଧୀ ମେଣ୍ଟ ଇ-ଣ୍ଡି-ଆ ର ପ୍ରାର୍ଥୀ ହେଇଥିବା ବେଳେ ଓମ ବିର୍ଲା ଏନ ଡି ଏ ର ପ୍ରାର୍ଥୀ ହେଲେ
ଜୁନ ୨୬ ରେ ନିର୍ବାଚନ
ଭୁବନେଶ୍ୱର: ଜୁନ ୨୫: ୧୮ ତମ ଲୋକସଭାର ବାଚସ୍ପତି ପଦକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି I ସହମତି ହେଇପାରିଲା ନାହିଁ I ଏବେ ନିର୍ବାଚନ ହେବା ପ୍ରାୟ ନିଶ୍ଚିତ I ଭାରତର ସ୍ୱାଧୀନତା ପରଠାରୁ କେବେବି ଲୋକସଭା ବାଚସ୍ପତି ପଦପାଇଁ ନିର୍ବାଚନ ହେଇ ନ ଥିଲା, ଏହା ପ୍ରଥମ ଉଦାହରଣ I

କଂଗ୍ରେସ ନେତୃତ୍ୱାଧୀନ ଇ-ଣ୍ଡି-ଆ କେରଳର ଆଠଥର କଂଗ୍ରେସ ସାଂସଦ କୋଡିକୁନିଲ ସୁରେଶଙ୍କୁ ସେମାନଙ୍କ ପ୍ରାର୍ଥୀ ଭାବରେ ମନୋନୀତ କରିଥିବା ବେଳେ ଏନ ଡି ଏ ଓମ ବିର୍ଲା ଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି I ଏହି ଘଟଣା ରାଜନୈତିକ ଦୃଶ୍ୟପଟରେ ଏକ ନିଆରା ପରିସ୍ଥିତି ସୃଷ୍ଟି କରିଛି।

ଦଲିତ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୋଡିକୁନିଲ ସୁରେଶ ବର୍ତ୍ତମାନ ଅଷ୍ଟମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହେଇଛନ୍ତି I ପ୍ରାରମ୍ଭରେ ବିରୋଧୀଦଳ ତାଙ୍କୁ ଉପ ବାଚସ୍ପତି ପଦ ପାଇଁ ମନୋନୀତ କରିବାକୁ ଯୋଜନା କରିଥିଲେ। ତେବେ ସରକାର ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ହୋଇଥିବା ଅସଫଳ ବୁଝାମଣା ଯୋଗୁଁ ବିରୋଧୀ ମେଣ୍ଟ ତାଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି I

ସାଂସଦ ଓମ ବିର୍ଲାଙ୍କୁ ବାଚସ୍ପତି ଭାବରେ ପୁନଃନିଯୁକ୍ତ କରିବାକୁ ବିରୋଧୀଦଳର ସହମତି ଚାହୁଁଥିଲା ଏନ ଡି ଏ I ବିରୋଧୀ ଇ-ଣ୍ଡି-ଆ ଏହାର ପ୍ରତି ବଦଳରେ ଉପ-ବାଚସ୍ପତି ପଦ ଦାବି କରିଥିଲେ ଯେଉଁଥିରେ ଏନ ଡି ଏ ରାଜି ହେଇ ନ ଥିଲା I ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଦଳର ଇଣ୍ଡିଆ ବ୍ଲକ୍ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଓମ୍ ବିର୍ଲା ଏବଂ ସୁରେଶ ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ପୂର୍ବରୁ କହିଥିଲେ ଯେ ଇଣ୍ଡିଆ ବ୍ଲକକୁ ଉପ-ବାଚସ୍ପତି ପଦବୀ ଦିଆଗଲେ, ବିରୋଧୀ ଦଳ ଲୋକସଭା ବାଚସ୍ପତି ଭୂମିକା ପାଇଁ ଏନଡିଏର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଇଛୁକ I

Also Read  କାହିଁକି ‘ଭୁଲ୍ ଭୁଲୈୟା ୨’ରେ ଅକ୍ଷୟ-ବିଦ୍ୟାଙ୍କୁ କରାଯାଇ ନାହିଁ କାଷ୍ଟ ? ନିର୍ଦ୍ଦେଶକ ଅନିସ୍ କଲେ ଖୁଲାସା