ବାଚସ୍ପତିଙ୍କ ଜରୁରୀକାଳୀନ ପରିସ୍ଥିତି ଉପରେ ମନ୍ତବ୍ୟ ନେଇ ଲୋକସଭାରେ ହୋ-ହାଲ୍ଲା

0
615
ବାଚସ୍ପତିଙ୍କ ଜରୁରୀକାଳୀନ ପରିସ୍ଥିତି ଉପରେ ମନ୍ତବ୍ୟ ନେଇ ଲୋକସଭାରେ ହୋ-ହାଲ୍ଲା
ବାଚସ୍ପତିଙ୍କ ଜରୁରୀକାଳୀନ ପରିସ୍ଥିତି ଉପରେ ମନ୍ତବ୍ୟ ନେଇ ଲୋକସଭାରେ ହୋ-ହାଲ୍ଲା

ଭୁବନେଶ୍ୱର: ଜୁନ ୨୬: ତିନିଥର ସାଂସଦ ଓମ ବିର୍ଲା ପୁନର୍ବାର ଭଏସ୍ ଭୋଟ୍ ଦ୍ୱାରା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାହୁଲ ଗାନ୍ଧୀ ମଧ୍ୟ ହାତ ମିଳାଇଥିଲେ। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଦୁଇ ନେତା ଶ୍ରୀ ବିର୍ଲାଙ୍କୁ ବାଚସ୍ପତିଙ୍କ ଚେୟାରକୁ ନେଇ ଯାଇଥିଲେ।
ବିରୋଧୀଦଳର ନେତାମାନେ ମଧ୍ୟ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି, କିନ୍ତୁ ଏକ ତୀକ୍ଷ୍ଣ ବାର୍ତ୍ତା ଦେଇଛନ୍ତି ଯେ ବିରୋଧୀଙ୍କୁ କହିବାକୁ ଅନୁମତି ଦିଆଯିବା ଆବଶ୍ୟକ, କାରଣ ସେମାନେ ମଧ୍ୟ ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛନ୍ତି।

“ଗୃହଟି କେତେ ଦକ୍ଷତାର ସହିତ ପରିଚାଳିତ ହେଉଛି ତାହା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ଭାରତର କେତେ ସ୍ୱର ଶୁଣିବାକୁ ଦିଆଯାଉଛି। ତେଣୁ ବିରୋଧୀଙ୍କ ସ୍ୱରକୁ ନୀରବ କରି ଆପଣ ଗୃହକୁ ଦକ୍ଷତାର ସହିତ ଚଳାଇ ପାରିବେ ବୋଲି ଧାରଣା ଏକ ଅଣ-ଗଣତାନ୍ତ୍ରିକ ଧାରଣା ଏବଂ ଏହି ନିର୍ବାଚନ ଦର୍ଶାଇଛି ଯେ ବିରୋଧୀ ଦଳ ସମ୍ବିଧାନକୁ ରକ୍ଷା କରିବା ନେଇ ଦେଶର ଜନତା ଆଶା କରୁଛନ୍ତି ବୋଲି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି। ବିରୋଧୀଦଳର ବେଞ୍ଚର ଅନେକ ନେତା ମଧ୍ୟ ଅଭିନନ୍ଦନ ବାର୍ତ୍ତାରେ ଗତ କାର୍ଯ୍ୟକାଳରେ ସାଂସଦଙ୍କ ସାମୁହିକ ନିଲମ୍ବନ କଥା ଆଣିଛନ୍ତି ।
ଗୃହକୁ ସମ୍ବୋଧିତ କରି ବାଚସ୍ପତି ବିର୍ଲା କହିଛନ୍ତି ଯେ ସମସ୍ତ ସଦସ୍ୟ ଦେଶ ପାଇଁ ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ। ଗୃହରେ ଶିଷ୍ଟାଚାର ସୁନିଶ୍ଚିତ କରିବାକୁ ସଦସ୍ୟମାନଙ୍କୁ ନିବେଦନ କରି ସେ କହିଛନ୍ତି ଯେ ସଂସଦରେ ଓ ରାସ୍ତାରେ ପ୍ରତିବାଦ କରିବା ମଧ୍ୟରେ ପାର୍ଥକ୍ୟ ରହିବା ଆବଶ୍ୟକ। ଏହା ପରେ ସେ ସଦସ୍ୟମାନଙ୍କୁ “ଜରୁରୀକାଳୀନ ଅନ୍ଧକାର ଦିନ” ର ୫୦ ତମ ବାର୍ଷିକୀ ଅବସରରେ ଦୁଇ ମିନିଟ ନିରବତା ଅବଲମ୍ବନ କରିବା ପାଇଁ ଉଠିବାକୁ କହିଥିଲେ। ବିରୋଧୀଦଳର ସଦସ୍ୟମାନେ ବାଚସ୍ପତିଙ୍କ ଏହି କଥା ଉପରେ ଆପତ୍ତି ଉଠାଇ ହୋ-ହାଲ୍ଲା କରିଥିଲେ I ପରେ ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ I

Also Read  Cabinet approves introduction of The Indian Institutes of Information Technology (Amendment) Bill, 2017 in Parliament