ପରୀକ୍ଷା ପେପରରେ ‘ପୁଷ୍ପା’ର କ୍ରେଜ୍‌, ୧୦ମ ଶ୍ରେଣୀ ଛାତ୍ର ପରୀକ୍ଷା ଖାତାରେ ଲେଖିଲା କିଛି ଏମିତି….

0
211
a 10th class student wrote Pushpa movie dialogue in the answer sheet

ପଶ୍ଚିମବଙ୍ଗ: ଏ ପର୍ଯ୍ୟନ୍ତ ହଟିନି ସାଉଥ ସୁପରଷ୍ଟାର ଅଲ୍ଲୁ-ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ର କ୍ରେଜ୍‌ । ଫିଲ୍ମ ଯେମିତି ହିଟ୍‌ ହୋଇଥିଲା ଫିଲ୍ମର ଡାଏଲଗ୍‌ ମଧ୍ୟ ସେହିଭଳି ଲୋକପ୍ରିୟ ପାଇଛି । ଫିଲ୍ମଟି ରିଲିଜ୍ ହେବା ପରେ ସମସ୍ତଙ୍କ ଉପରେ ଯେମିତି ପୁଷ୍ପା ଭୂତ ଛାଇଯାଇଛି । ଗୀତଠୁ ଆରମ୍ଭ କରି ଡାଇଲଗ୍ ସମସ୍ତଙ୍କୁ କିମିଆ କରିଛି । ପିଲାଠାରୁ ବୁଢା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍ ‘ମେଁ ଝୁକେଗା ନେହିଁ’ । ଅନେକ ଏହି ଡାଏଲଗକୁ ନେଇ ରିଲ୍ ଭିଡିଓ ମଧ୍ୟ ତିଆରି କରିଛନ୍ତି ।

ତେବେ ଏହାରି ମଧ୍ୟରେ ପରୀକ୍ଷା ହଲରେ ବି ପିଲାଙ୍କ ମୁଣ୍ଡରେ ଚଢ଼ିଛି ‘ପୁଷ୍ପା’ ଫିଲ୍ମର ନିଶା । ନିକଟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ର ପରୀକ୍ଷା ଖାତାରେ ପୁଷ୍ପା ଫିଲ୍ମର ଡାଏଲଗ୍ ଲେଖି ଛାଡି ଦେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମବଙ୍ଗରେ ହୋଇଥିବା ମାଧ୍ୟମିକ ପରୀକ୍ଷାରେ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜ ପରୀକ୍ଷା ପେପରରେ ‘ପୁଷ୍ପା ରାଜ୍ ଆପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ଦେଖିବାକୁ ମିଳିଛି । ଏହା ଦେଖି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଚମକି ପଡିଥିଲେ । ପିଲାଟି ପରୀକ୍ଷା ଖାତାର ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Also Read  ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ସନ୍ଦିଗ୍ଧ ମାମଲା : ସବୁ ରାଜ୍ୟରେ ଆଲର୍ଟ

LEAVE A REPLY

Please enter your comment!
Please enter your name here