ଭାଇଙ୍କୁ ଫୋନ କରି ସାଳନ୍ଦୀ ନଦୀକୁ ଡେଇଁପଡିଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

0
397
a girl jumped into the river in bhadrak

ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ। ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳି ନାହିଁ। ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ଗେଲଟୁଆର ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରାଜଘାଟ ପୋଲ ଉପରେ ବୁଲାବୁଲି କରୁଥିଲେ। ଏହା ପରେ ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ୍ କରିଥିଲେ । କିଛି ସମୟ ପରେ ନଦୀକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ। ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ପହଁଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳିନାହିଁ । ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Also Read  Before EC ban, Yogi attacks BJD govt in Odisha