ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ଥାନାରେ ହାଜର ହେଲେ ଦ୍ବିତୀୟ ପ୍ରେମିକ ସନ୍ତୋଷ

0
382
actress-rashmirekha-suicide-case-second-boyfriend-santosh-patra-appears-at-police-station

ଭୁବନେଶ୍ୱର: ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲାରେ ଥାନାରେ ହାଜରେ ହେଲେ ରଶ୍ମିଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର। ରଶ୍ମିଙ୍କ ସହ ସମ୍ପର୍କ ନେଇ ତାଙ୍କୁ ପଚରାଉଚରା କରୁଛି ନୟାପଲ୍ଲୀ ଥାନା ପୋଲିସ। ଆଜି ଥାନାରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। ଗତକାଲି ତାଙ୍କର ଆଉ ଜଣେ ବୟଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା କରାଯାଇଥିଲା।

ଡିପ୍ରେସନ କାରଣରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କରିଥିବା କହିଥିଲେ DCP। ଡିପ୍ରେସନ କାରଣ କଣ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି । ପୋଷ୍ଟମୋର୍ଟମ ରିପୋର୍ଟ ଆଧାରରେ ତଦନ୍ତ କରିବା ସହ ରଶ୍ମିରେଖାଙ୍କ ମୋବାଇଲ ଫୋନ ଅନ୍‌ଲକ୍‌ କରିବା ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ନୟାପଲ୍ଲୀ ଗଡ଼ସାହିର ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିଥିଲା । ଘଟଣାସ୍ଥଳରୁ ମୋବାଇଲ୍‌, ଲାପଟପ୍‌ ଓ ସୁଇସାଇଡ୍‌ ନୋଟ୍‌ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ ।

Also Read  ନିଜ କଥା ରଖିଲା ଆପ୍‌: ପଞ୍ଜାବବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ ସରକାର