ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ପ୍ରଥମ ପ୍ରସ୍ତାବକ ପ୍ରଧାନମନ୍ତ୍ରୀ ମୋଦି

0
558
nda-candidate-draupadi-murmu-files-nomination for presidential-election

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ସେ ନାମାଙ୍କନ ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ପିସି ମୋଦୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରସ୍ତାବକ ହୋଇଛନ୍ତି। ନାମାଙ୍କନ ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

ଦ୍ରୌପଦୀ ମୁର୍ମୁ ୪ ସେଟ୍ ବିଶିଷ୍ଟ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ସେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବକ ହୋଇଥିବା ବେଳେ ରାଜନାଥ ସିଂହ ଅନୁମୋଦକ ହୋଇଛନ୍ତି। ଏହି ସେଟ୍‌ରେ ଏଯାବତ୍ ୬୦ ପ୍ରସ୍ତାବକଙ୍କ ନାମ ଏବଂ ୬୦ ଅନୁମୋଦକଙ୍କ ନାମ ରହିଛି। ଅର୍ଥାତ୍ ଏହିଭଳି ଭାବରେ ପ୍ରତ୍ୟେକ ସେଟ୍‌ରେ ୧୨୦ ଜଣଙ୍କ ନାମ ରହିଛି।

ପ୍ରସ୍ତାବକ ଥିବା ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ମଧ୍ୟ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସାଂସଦ ସସ୍ମିତ ପାତ୍ର ମଧ୍ୟ ନାମାଙ୍କନ ସମୟରେ ଉପସ୍ଥିତ ଥିଲେ । ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ଅଛନ୍ତି ।

ଓଡ଼ିଶାର ସାନ୍ତାଳ ଜନଜାତି ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁ ବିରୋଧୀ ‌ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। କିନ୍ତୁ, ନବୀନ ପଟ୍ଟନାୟକଙ୍କ ‘ବିଜେଡି’ ଏବଂ ଜଗନ ମୋହନ ରେଡ୍ଡୀଙ୍କ ‘ୱାଇଏସ୍‌ଆର୍‌’ କଂଗ୍ରେସ’ ଭଳି ଦଳର ସମର୍ଥନ ପାଉଥିବାରୁ ‘ଏନ୍‌ଡିଏ’ ପ୍ରାର୍ଥିନୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଅନାୟାସରେ ଉକ୍ତ ନିର୍ବାଚନରେ ବିଜୟ ହାସଲ କରିବେ।

Also Read  Maha Kumbh 2025 to feature a 52-foot Maha Mrityunjaya Yantra