ଭୁବନେଶ୍ୱର: ପରଲୋକରେ ଭେଟେରାନ ଅଭିନେତା ରାଇମୋହନ । ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ତାଙ୍କ ବାସଭବନ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ଏବେ ଯାଏଁ ତାର କାରଣ ଜଣାପଡ଼ିନାହିଁ। ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି ।
ରାଇମୋହନ ପରିଡ଼ା ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ ରାଇମୋହନ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ ସେ । ୧୯୮୭ରେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାଇମୋହନ । ସେ ପ୍ରାୟ ୧୦୦ ଫିଲ୍ମରେ ଅଭିନୟ କରିଛନ୍ତି । ୧୫ ବେଙ୍ଗଲୀ ଫିଲ୍ମ ଓ ୪୦ ନାଟକରେ ଅଭିନୟ କରିଥିଲେ ରାଇମୋହନ ପରିଡ଼ା ।
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ । ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଚଳଚିତ୍ରରେ ଅଭିନୟ କରିଥିଲେ ।