୨୦ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ଜଳ; ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

0
125
Flood Water released from Hirakud Dam

ସମ୍ବଲପୁର: ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୨୦ଟି ଗେଟ୍‌ ଦେଇ ଏବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି । ଆଜି ସକାଳେ ୪ଟି ଓ ପରେ ଖୋଲିଥିଲା ଆଉ ୬ଟି ଗେଟ୍‌ । ବାମପାର୍ଶ୍ୱରୁ ୧୩ଟି ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ୍‌ ଖୋଲିଛି । ଉପରମୁଣ୍ଡରେ ବର୍ଷା ବଢ଼ିଲେ ଓ ଡ୍ୟାମର ଜଳସ୍ତର ବଢ଼ିଲେ ଅଧିକ ଗେଟ୍‌ ଖୋଲାଯିବ । ହୀରାକୁଦରୁ ପାଣି ଛଡ଼ାଯାଇଥିବାରୁ ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମହାନଦୀ ମଧ୍ୟକୁ କେହି ନ ଯିବାକୁ ଦିଆଯାଇଛି ପରାମର୍ଶ ।

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୦୪ ଫୁଟ୍‌ । ପ୍ରତି ସେକେଣ୍ଡରେ ୪ ଲକ୍ଷ ୧ ହଜାର ୯୦୪ କ୍ୟୁସେକରୁ ଅଧିକ ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୧ହଜାର ୫୬୦ କ୍ୟୁସେକ୍‌ ପାଣି । ମହାନଦୀ ତଳମୁଣ୍ଡରେ ଛୋଟ ବନ୍ୟା ଆଶଙ୍କା କରାଯାଉଛି । ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି, ସହର ପାଇଁ କିଛି ଅସୁବିଧା ନାହିଁ । ଅଧିକ ଗେଟ ଖୋଲିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାର ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Also Read  ବିବାଦୀୟ ବୟାନ ଦେବା ପଡ଼ିଲା ମହଙ୍ଗା, ବିଜେପିରୁ ନିଲମ୍ବିତ ହେଲେ ନୁପୁର ଶର୍ମା

LEAVE A REPLY

Please enter your comment!
Please enter your name here