ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ୍‌ କାର୍ଡ, ସକାଳ ୧୦ଟାରୁ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ

0
371
matric-exam-results-will declare-on July 6

କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ । ଦଶମଶ୍ରେଣୀ ମାଟ୍ରିକ ସମେଟିଭ-୨ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ। ଏଥପାଇଁ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡ ୱେବସାଇଟରୁ ମିଳିପାରିବ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସହ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ମଧ୍ୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟାଠାରୁ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ । ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ କରେସ୍‌ପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ୱେବସାଇଟ୍‌ରେ ସେମାନଙ୍କ ନାଁ ଏବଂ ବାପାଙ୍କ ନାଁ ଲଗ୍‌ଇନ୍‌ କରି ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାକେନ୍ଦ୍ରକୁ ଯିବା ପୂର୍ବରୁ ୱେବସାଇଟ୍‌ରୁ ଉପଲବ୍ଧ ଏହି ଆଡମିଟ୍‌ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ ବୋଲି କୁହାଯାଇଛି ।

Also Read  Dedicated Cell for foreign students launched by Odisha Govt