ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କୁ ମିଳୁନାହାଁନ୍ତି ଯୋଗ୍ୟ ପ୍ରାର୍ଥୀ; ଶରଦ ପାଓ୍ବାରଙ୍କ ପରେ ଫାରୁକ୍ ଅବଦୁଲ୍ଲା ବି ଓହରିଲେ

0
421
after-pawar-farooq-abdullah-withdraws-from-presidential-race

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଚିନ୍ତାରେ ବିରୋଧୀ ଦଳ । ନିର୍ବାଚନରେ ଭାଗ ନେବା ପାଇଁ ବିରୋଧୀ ଦଳଙ୍କୁ ମିଳୁନାହାଁନ୍ତି ଯୋଗ୍ୟ ପ୍ରାର୍ଥୀ । ଶରଦ ପାୱାରଙ୍କ ପରେ ବିରୋଧୀଙ୍କ ଆଉ ଜଣେ ସମ୍ଭାବ୍ୟ ପ୍ରାର୍ଥୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ପାଓ୍ବାର ଓ ଅବଦୁଲ୍ଲା ଓହରିବା ପରେ ଏବେ ବିରୋଧୀଙ୍କ ଶେଷ ଆଶା ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ନାତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ।

ବୁଧବାର ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ୧୭ ଟି ବିରୋଧୀ ଦଳଙ୍କ ବୈଠକରେ ଏହି ତିନୋଟି ନାମ ଉପରେ ବିଚାର କରାଯାଇଥିଲା। ଏବେ ବିରୋଧୀଙ୍କ ମଙ୍ଗଳବାର ଆଉ ଏକ ବୈଠକ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି। ଏଥର ପାୱାର ବିରୋଧୀ ଦଳ ବୈଠକର ନେତୃତ୍ୱ ନେବେ। ସେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିକୁ ନିମନ୍ତ୍ରଣ ପଠାଇବେ | ଗତ ବୈଠକରେ ଟିଆରଏସ ଅଂଶଗ୍ରହଣ କରିନଥିଲା।

ସୂଚନାନୁସାରେ, ଅବଦୁଲ୍ଲାଙ୍କ ଓହରିବାର କାରଣ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସଙ୍କେତ ହୋଇପାରେ। ଗାନ୍ଧୀ କହିଥିଲେ ଯେ ବିଜେପି ବିରୋଧୀ ଶିବିରରେ ତାଙ୍କ ନାମ ଉପରେ ସହମତି ପ୍ରକାଶ ପାଇଲେ ହିଁ ସେ ପ୍ରାର୍ଥୀତ୍ବ ଗ୍ରହଣ କରିବେ। ଏକ ବିବୃତ୍ତିରେ ଅବଦୁଲ୍ଲା କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ଏକ ଘଡିସନ୍ଧି ପର୍ଯ୍ୟାୟ ଦେଇ ଗତି କରୁଛି । ତେଣୁ ଜମ୍ମୁ-କାଶ୍ମୀର ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅବଦୁଲ୍ଲା କହିଛନ୍ତି, ମୋ ପାଖରେ ବର୍ତ୍ତମାନ ଅନେକ ସକ୍ରିୟ ରାଜନୀତି ବାକି ଅଛି। ସେ କହିଛନ୍ତି, ‘ମମତା ବାନାର୍ଜୀ ସାହିବା ଭାରତର ରାଷ୍ଟ୍ରପତିଙ୍କ ବିରୋଧୀ ପ୍ରାର୍ଥୀ ଭାବରେ ମୋର ନାମ ପ୍ରସ୍ତାବ ଦେଇଥିବାରୁ ଏହା ମୋ ପାଇଁ ସମ୍ମାନର ବିଷୟ।’ ଉଲ୍ଲେଖଯୋଗ୍ୟ ସଂସଦରେ ଅବଦୁଲ୍ଲାଙ୍କ ଦଳର କେବଳ ତିନିଜଣ ସାଂସଦ ଅଛନ୍ତି।

Also Read  First Edition of 'Himalayan Film Festival' begins at Leh