ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ: କହିଲେ ‘ମୋତେ ବଞ୍ଚିବାକୁ ଦିଅ ବର୍ଷା’

0
377
again Anubhav Mohanty Released a new video against-varsha-priyadarshini

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡ଼ିଓ ଜାରି କରି ଚର୍ଚ୍ଚାକୁ ଆସିଛନ୍ତି । ନିଜ ପରିବାର ଓ ତାଙ୍କ ପତ୍ନୀ ବର୍ଷାକୁ ନେଇ ଏହି ଭିଡିଓରେ ସେ ଅନେକ ଗୁମର ଖୋଲିଛନ୍ତି । ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି। ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ ‘ସତ କ’ଣ’ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

୨୦୧୪ରେ ବିବିାହ ହୋଇଥିଲେ ବି ୨୦୨୦ ପର୍ଯ୍ୟନ୍ତ ସ୍ୱାମୀଙ୍କ ଅଧିକାର ପାଇ ନଥିବାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି । ଏପରିକି ବର୍ଷା ତାଙ୍କୁ ଛୁଇଁବାକୁ ମଧ୍ୟ ସୁଯୋଗ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଦାମ୍ପତ୍ୟ ଜୀବନର ଅନେକ ଅକୁହା କଥା ଏହି ଭିଡିଓରେ କହିଛନ୍ତି ଅନୁଭବ ।

ଏହି ଭିଡିଓରେ ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି। ଏହି ଅଭିଯୋଗକୁ ସେ ତାଙ୍କ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବର୍ଣ୍ଣନା କରି ସ୍ପଷ୍ଟ କରିବାକୁ ଚାହିଁଛନ୍ତି। ସେ ନିଜକୁ ‘ମ୍ୟାରେଡ ବ୍ୟଚେଲର’ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ, କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ, ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ।

Also Read  ସୋସିଆଲ ମିଡିଆରେ ଆକ୍ଷେପ ନକରିବାକୁ ଅନୁଭବ-ବର୍ଷାଙ୍କୁ ତାଗିଦ୍ କଲେ ଓଡ଼ିଶା ହାଇକୋର୍ଟ