ବରଯାତ୍ରୀ ହେଲା ଶେଷ ଯାତ୍ରା; ବାହାଘର ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

0
496
eight-people-died-in-horrific-road-accident-in-ups-sidharthnagar

ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ, ୩ ଜଣ ହେଲେ ଗୁରୁତର । ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ବାଟରେ ଜଗି ବସିଥିଲା ମୃତ୍ୟୁ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ହଠାତ୍‌ ଶକ୍ତ ଧକ୍କା ହେଲା ଏସ୍‌ୟୁଭି କାର୍। ଏପରି ଏକ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗରରେ । ସୂଚନା ଅନୁସାରେ, ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ଧକ୍କା ଦେବା ଫଳରେ ୮ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି । ଗାଡିରେ ମୋଟ ୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଗୁରୁତରଙ୍କୁ ଗୋରଖପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ମୃତକ ଏବଂ ଗୁରୁତର ମାନେ ଗୋରଖପୁର ଜିଲ୍ଲା ସୋହରତଗଡର ମହଲା ଗାଁର ବୋଲି ଜଣାପଡିଛି ।

Also Read  5 killed in UP road accident