ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ବଢ଼ିଲା ଯାତ୍ରୀବାହୀ ବସ୍ ଭଡ଼ା। ତେଲ ଦର ଦିନକୁ ଦିନ କ୍ରମାଗତଭାବେ ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ବସ୍ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାଧାରଣ ଏବଂ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ଏବଂ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ହୋଇଛି । ସୁପର ପ୍ରିମିୟମ୍ ଭଡ଼ା କିମି ପିଛା ୬ ପଇସା ବୃଦ୍ଧି ହୋଇଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଟୋମେଟିକ୍ ମେକାନିଜିମ୍ ଆଧାରରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଡିଜେଲ ଦର ବୃଦ୍ଧି ଯୋଗୁ ଗତ ୩୧ ତାରିଖରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଭଡା ବୃଦ୍ଧି କରାଯାଇଥିଲା।

























