ଭୁବନେଶ୍ଵରରେ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

0
371
airasia-flight-emergency-landing-at-bhubaneswar-airport

ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ । ଜଣେ ଯାତ୍ରୀ ହଠାତ ଅସୁସ୍ଥ ହେବ ପରେ ଜରୁରୀକାଳୀନ ଅବତରଣ କରିଛି ବିମାନ । ଏୟାର ଏସିଆର ଏକ ବିମାନ ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ମଝି ରାସ୍ତାରେ ବିମାନରେ ଥିବା ଜଣେ ଯାତ୍ରୀଙ୍କର ହଠାତ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଯେଉଁ କାରଣରୁ ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲ।। ଅସୁସ୍ଥ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି ତୈମୁର ଅଲ୍ଲୀ ଖାନ୍।

Also Read  ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରେ ୮୪.୭୫ ମଦଦାନ : କେଉଁ ଜିଲ୍ଲାରେ କେତେ ଜାଣନ୍ତୁ ..?