ବାପା ହେବେ ବଲିଉଡ୍‌ ଅଭିନେତା ରଣବୀର କପୁର

0
389

ମୁମ୍ବାଇ: ଖୁବ୍ ଶୀଘ୍ର ବାପା ବନିବାକୁ ଯାଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର । ଜୁନ୍‌ ୨୭ ତାରିଖରେ ରଣବୀରଙ୍କ ପତ୍ନୀ ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ସୂଚନା ଦେଇଛନ୍ତି। ତେବେ, ସବୁଠାରୁ ମଜାଦାର୍‌ କଥା ହେଉଛି ରଣବୀର ଏ ନେଇ ପୂର୍ବରୁ ସାମାନ୍ୟ ସୂଚନା‌ ଦେଇ ସାରିଛନ୍ତି। ‌ଏପରିକି ସେ ତାଙ୍କ ପିଲା ନାମରେ ଟାଟୁ କରିବେ ବୋଲି ମଧ୍ୟ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଏପ୍ରିଲ୍‌ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡ଼ି ଖୁବ୍‌ ଶୀଘ୍ର ଖୁସି ଖବର ଶୁଣାଇଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ରଣବୀର କହିଥି‌ଲେ କି ସେ ତାଙ୍କ ପିଲା ନାମରେ ଟାଟୁ କରିପାରନ୍ତି। ରଣବୀରଙ୍କ ସେହି ସାକ୍ଷାତ୍‌କାର କଥା ମନେ ପଡ଼ିଲେ ରଣବୀର ଯେ ଖୁସି ଖବରକୁ ନେଇ ସାମାନ୍ୟ ହିଣ୍ଟସ୍‌ ଦେଇଥିଲେ ଏଥିରେ ସନ୍ଦେହ ନାହିଁ।

ଏପଟେ ଘରକୁ ନୂଆ ଅତିଥି ଆସିବା ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି ରଣବୀରଙ୍କ ମାଆ ନିତୁ କପୁର। ଡ୍ୟାନ୍ସ ଦିୱାନେ ଜୁନିୟର୍ସ ସେଟ୍‌ରେ ନିତୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କି ଜେଜେମାଆ ହେବା ଖବର ଶୁଣି ଆପଣ କେତେ ଖୁସି ଅଛନ୍ତି? ନିତୁ ଏହି ପ୍ରଶ୍ନ ଶୁଣିବା ପରେ ତାଙ୍କ ମୁହଁରେ ହସ ଖେଳି ଯାଇଥିଲା। ତାପରେ ସେ ନିଜ ଛାତିରେ ହାତ ରଖି ନିଜ ଆନନ୍ଦ ବ୍ୟକ୍ତ କରିବା ସହ ପ୍ରତିନିଧିମାନଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ।

Also Read  ୟୁକ୍ରେନକୁ ସହାୟତା କରୁଥିବା ଦେଶମାନଙ୍କୁ ପୁଟିନଙ୍କ ଶେଷ ଚେତାବନୀ