୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗ; ଛାତ୍ରଛାତ୍ରୀଙ୍କଠୁ ନାମଲେଖା ପାଇଁ ଟଙ୍କା ନେଇ ଧରାଛୁଆଁ ଦେଉନାହାନ୍ତି ଯୁବକ

0
164
allegation as b ed student cheated in Jajpur

ଯାଜପୁର: ଠକେଇର ଶିକାର ହୋଇଛନ୍ତି ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀ । ବି.ଇଡି ନାମଲେଖା ନେଇ ଛାତ୍ରଛାତ୍ରୀଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଛାତ୍ରୀମାନେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଆନ୍ଧ୍ର ୟୁନିଭରସିଟିରେ ବିଇଡି ପରୀକ୍ଷା ଦେବା ପାଇଁ ଜୈନେକ ଏଜେଣ୍ଟ ଜରିଆରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ସହ ଜଣେ ଲେଖାଏଁ ନଗଦ ୨୦ହଜାର ଟଙ୍କା ଦେଇଥିଲେ ।

ଗତକାଲି ପରୀକ୍ଷା ଥିବା ବେଳେ ସମ୍ପୃକ୍ତ ଏଜେଣ୍ଟ ଛାତ୍ରଛାତ୍ରୀଙ୍କୁ ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଜାରକା ନିକଟରେ ବସ ଯୋଗେ ଯିବାକୁ କହିଥିଲେ । ଯାଜପୁର ସମେତ କଟକ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବିଇଡି ପରୀକ୍ଷାର୍ଥୀ ଜାରକା ଛକ ନିକଟରେ ଏକାଠି ହୋଇ ବସକୁ ଅପେକ୍ଷା କରିଥିଲେ । ର୍ନିଦ୍ଧାରିତ ସମୟରେ ବସ ନଆସିବାରୁ ଛାତ୍ରଛାତ୍ରୀ ସମ୍ପୃକ୍ତ ଏଜେଣ୍ଟକୁ ଫୋନ କରିଥିଲେ , ମାତ୍ର ତାଙ୍କ ଫୋନ ସୁଇଚ ଅଫ ରହିଥିଲା।

ଯେଉଁଥିପାଇଁ ଏବେ ଚିନ୍ତାରେ ଛାତ୍ରଛାତ୍ରୀ । ଏ ନେଇ ଛାତ୍ରଛାତ୍ରୀ ଧର୍ମଶାଳା ଥାନାର ଦ୍ବାରସ୍ଥ ହୋଇ ଜନୈକ ଯୁବକ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀଙ୍କଠୁ ନିଆଯାଇଥିବା ସେମାନଙ୍କ ସାର୍ଟିଫିକେଟ୍ ଓ ଟଙ୍କା ଫେରାଇବା ସହ ଜନୈକ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏ ନେଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Also Read  ଆଜିଠୁ ନୂଆ କଟକଣା : ରାତି ୯ରୁ ନାଇଟ୍ କର୍ଫ୍ୟୁ

LEAVE A REPLY

Please enter your comment!
Please enter your name here