ଋଣ ବୋଝ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! କାନ୍ଥରେ ଲେଖିଲେ ‘ଆମେ ଉଭୟ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛୁ’

0
327
couple Suicide in dhenkanal

ଢେଙ୍କାନାଳ: ଋଣ ବୋଝ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା କାଙ୍କଡ଼ପାଳ ଗାଁରେ । ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଘର କାନ୍ଥରେ କଳା ଅଙ୍ଗାରରେ ଲେଖା ହୋଇଛି ଆମେ ବିଷ ପିଇଛୁ -ଉଭୟ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଛୁ । ତେବେ ସୂଚନା ମୁତାବକ, ଅତ୍ଯଧିକ ଋଣ ଭାର ସହି ନ ପାରି ଦମ୍ପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ୍ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି।

Also Read  ରେଳ କର୍ମଚାରୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେଲେ ମହିଳା