ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ

0
438
andhra-pradesh-entire-cabinet-resigns

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଣ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପୂରା କ୍ୟାବିନେଟ୍‌ ସଦସ୍ୟ ଆଜି ଇସ୍ତଫା ଦେଇଛନ୍ତି। କ୍ଷମତାକୁ ଆସିବାର କାର୍ଯ୍ୟକାଳ ଅବଧି ଅଧା ଅତିକ୍ରମ ହୋଇଥିବା ବେଳେ ଜଗନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜଗନମୋହନ ରେଡ୍ଡୀ ନିଜ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ ଯାଉଛନ୍ତି । ନୂଆ ମନ୍ତ୍ରିମଣ୍ଡଳ ଗଠନ ଆସନ୍ତା ଏପ୍ରିଲ ୧୧ ତାରିଖରେ ହୋଇପାରେ।

ଆଜି ଏକ କ୍ୟାବିନେଟ୍ ମିଟିଂ ପରେ ଜଗନଙ୍କ ଟିମ୍‌ର ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେମାନେ ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଦେଇଛନ୍ତି । କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ ଲକ୍ଷରେ ଏହି ପଦକ୍ଷେପ ନେଇଛନ୍ତି ଜଗନ। ଏବେ ନୂଆ ଟିମ ଗଠନ କରିବାକୁ ଯାଉଥିବା ଜଗନ କହିଛନ୍ତି। ଗତ ଡିସେମ୍ବରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ଥିଲା । ହେଲେ କୋଭିଡ୍‌ ପାଇଁ ଏହା ସ୍ଥଗିତ ଥିଲା।

Also Read  Polavaram project signaled green only after Odisha’s consent; Uma Bharati