ଚାଇନାର ନୂଆ ଚାଲ: ଭାରତର ଲଦାଖ୍‌ରେ ଥିବା ପାୱାର୍ ଗ୍ରୀଡ୍‌କୁ ଚୀନ୍ ସରକାରୀ ହ୍ୟାକରଙ୍କ ଟାର୍ଗେଟ

0
410
china-cyber-attack-on-power-grid-near-ladakh

ନୂଆଦିଲ୍ଲୀ: ସନ୍ଦିଗ୍ଦ ଚୀନ୍ ସରକାରୀ ହ୍ୟାକର ଭାରତର ବିଦ୍ୟୁତ ସେବାକୁ ଟାର୍ଗେଟ କରିଛି। ଲଦାଖର ବିଦ୍ୟୁତ୍ ବିତରଣ କେନ୍ଦ୍ର ଉପରେ ଚୀନର ସାଇବର ଆଟାକ । ଚୀନର ସରକାରୀ ହାକର୍ସମାନେ ଲଦାଖସ୍ଥିତ ଭାରତୀୟ ବିଦ୍ୟୁତ୍ ବିତରଣ କେନ୍ଦ୍ରଗୁଡ଼ିକ ଉପରେ ସାଇବର ଆଟାକ କରିଥିବା ରିପୋର୍ଟ ଦେଇଛି ଅନଲାଇନ ଇଣ୍ଟେଲିଜେନ୍ସ ଗ୍ରୁପ । ହ୍ୟାକରମାନେ ଉତ୍ତର ଭାରତର ଅତି କମ୍‌ରୁ କମ୍ ‘ସାତଟି ଡିସପ୍ୟାଚ୍‌’ ସେଣ୍ଟରକୁ ଫୋକସ୍ କରିଥିଲେ। ଏହି ସେଣ୍ଟର ଗୁଡିକ ପୂର୍ବ ଲଦାଖରେ ଭାରତ- ଚୀନ୍ ବର୍ଡର ପାଖରେ ଥିବା ଗ୍ରୀଡ୍ କନଟ୍ରୋଲ ଓ ବିଜୁଳି ଯୋଗାଣ ପାଇଁ ପହଁଞ୍ଚା ଯାଉଥିବା ରିଏଲ-ଟାଇମ୍ ଅପରେସନ୍ ପାଇଁ ରହିଛି। ଭାରତର ପାୱାର୍ ଗ୍ରୀଡ୍‌କୁ ହ୍ୟାକରଙ୍କ ଦ୍ବାରା ଟାର୍ଗେଟ କରିବା ପରେ ମଧ୍ୟ ଚୀନ୍‌ ନିଜର ମୁହଁ ଫୁଟାଣି ଛାଡି ପାରିନି। ଭୁଲ କରି ମଧ୍ୟ ଭାରତକୁ ଦୋଷ ଦେଉଛି।

କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂ କହିଛନ୍ତି ଚୀନ୍‌ର ହ୍ୟାକରମାନେ ଲଦାଖ ପାଖରେ ପାୱାର୍ ଗ୍ରୀଡକୁ ଟାର୍ଗେଟ କରିବାର ଦୁଇଥର ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ଏଭଳି ସାଇବର ଆକ୍ରମଣର ମୁକାବିଲ କରିବା ପାଇଁ ଆମେ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ପୂର୍ବରୁ ହିଁ ମଜବୁତ ରଖିଛୁ। ଏବେ ହ୍ୟାକିଂ ଚେଷ୍ଟା କରିଥିବା ମାମଲାରେ ଚୀନ୍ ନିଜର କଥା ରଖିଛି। ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟନ ଗଣମାଧ୍ୟମକୁ କହିଛନ୍ତି, ସାଇବର ଆକ୍ରମର ଘଟଣାର ଯାଞ୍ଚରେ ପୁରା ପ୍ରମାଣ ରହିବା ଦରକାର। ଭୁଲରେ କୌଣସି ଦେଶର ସରକାରଙ୍କୁ ଯୋଡିବା ଉଚିତ ନୁହେଁ।

Also Read  India Witnesses Massive Spike In Coronavirus Cases; 90 K Cases In 24 Hours