ଆସନ୍ତା ୩ରୁ୪ ଦିନ ଭିତରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ପୁଣି ଏକ ଲଘୁଚାପ

0
240
moonsoon-soo-late-in-odisha

ଭୁବନେଶ୍ୱର: ପୁଣି ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି IMD । ଆସନ୍ତା ଦୁଇ ସପ୍ତାହ ପାଇଁ IMD ଜାରି କରିଥିବା ଏକ୍ସଟେଣ୍ଡେଡ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି ।

୧୩ ରୁ ୧୯ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । କେତେକ ବିଦେଶୀ ପାଣିପାଗ ମଡ଼େଲ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି IMD ପକ୍ଷରୁ କୁହାଯାଇଛି । ଯାହାକି ୫ ଦିନ ଆଗୁଆ ।

ପାଗ ଅନୁକୂଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ ୨୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମୌସୁମୀ ପ୍ରବେଶ କରେ । ତେବେ ଏଥର ସଅଳ ଆସିବା ଅନୁମାନ କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୌସୁମୀର ଗତି କ୍ଷୀପ୍ର ହେବ।

Also Read  ବନ୍ଧୁକମୁନରେ ଦୁଷ୍କର୍ମ ଘଟଣା : ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର

LEAVE A REPLY

Please enter your comment!
Please enter your name here