ଶୋଇଥିବା ଅବସ୍ଥାରେ ନିଆଁରେ ପୋଡିହୋଇ ମା’ ସହ ଜଳିଗଲେ ୨ ଶିଶୁ, ସ୍ବାମୀ ଅଟକ

0
508
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ମୟୂରଭଞ୍ଜ: ମା’ ସହ ଜଳିଗଲେ ୨ ଶିଶୁ। ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଢିପସାହିଠାରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ମା’ ସହ ୬ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ର ଶୋଇଥିବାବେଳେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଘଟଣାରେ ମହିଳାଙ୍କ ସ୍ୱାମୀ ମଙ୍ଗଲଙ୍କୁ ଝାରପୋଖରିଆ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପ୍ରକାଶ ଥାଉକି ମଙ୍ଗଲ ପୂର୍ବରୁ ଜଣଙ୍କୁ ବିବାହ କରିଥିବାବେଳେ ଘରୋଇ କଳି ଯୋଗୁଁ ପ୍ରଥମ ସ୍ତ୍ରୀଙ୍କୁ ଛାଡି ଦ୍ୱିତୀୟ ବିବାହ କରିଥିଲେ। ତେବେ ନିଆଁ କିଭଳି ଲାଗିଲା ତାହା ଜଣାପଡିନି। ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ତଦନ୍ତ କରାଯାଇ ବ୍ୟବଛେଦ ପାଇଁ ପଠାଯିବ।

Also Read  Cyclonic storm likely to hit Andhra, Odisha under special watch