ଦିଲ୍ଲୀରେ ମଙ୍କିପକ୍ସର ଆଉ ଏକ ସନ୍ଦିଗ୍ଧ ମାମଲା : ସବୁ ରାଜ୍ୟରେ ଆଲର୍ଟ

0
119

ଦିଲ୍ଲୀ : ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ମଙ୍କିପକ୍ସର ଲକ୍ଷଣ । ତାଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ବ୍ୟକ୍ତିଙ୍କ ଶରୀରରେ ଚକଡା ଚକଡା ପରି ଚିହ୍ନ ସୃଷ୍ଟି ହେବା ସହ ଜ୍ୱର ରହିଛି । ବ୍ୟକ୍ତିଙ୍କର ରକ୍ତ ନମୂନା ଟେଷ୍ଟ ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିକୁ ପଠାଯାଇଛି । ତେବେ ଏହାକୁ ମିଶାଇ ଦେଶରେ ଏଯାଏଁ ୪ଜଣଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ସାମନାକୂ ଆସିଛି । ଏହି ଘଟଣା ପରେ ଅନ୍ୟ ସବୁ ରାଜ୍ୟକୁ ଆଲର୍ଟ ରହିବାକୁ କୁହାଯାଇଛି ।

ସନ୍ଦିଗ୍ଧ ରୋଗୀ ବିଦେଶ ଯାତ୍ରା କରି ଦେଶକୁ ଫେରିଛନ୍ତି । ଏକଥା ମଧ୍ୟ କୁହାଯାଉଛି ଯେ, ଦିଲ୍ଲୀରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ବ୍ୟକ୍ତି ଜଣକ ଶରୀରରେ ଯନ୍ତ୍ରଣା ହୋଇଥିବା ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଅବଜରଭେସନରେ ରଖାଯାଇଛି ।

Also Read  ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ

LEAVE A REPLY

Please enter your comment!
Please enter your name here