ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ପାର୍ଥଙ୍କ ପରେ ଆଉ କିଏ?

0
185

ସମ୍ବାଦ ଓଡ଼ିଶା ବ୍ୟୁରୋ: ଆମ ଦେଶରେ ସରକାରୀ ଚାକିରିରେ ନିଯୁକ୍ତି ବେଳେ ଟଙ୍କା ଦିଆ ହୁଏ, ଏହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି, ଅନେକ ଆଶାୟୀ ମଧ୍ୟ ଅଭିଯୋଗ କରନ୍ତି । ଏକଥା ବି ଶୁଣାଯାଏ ବିନା ଲାଂଚରେ ସରକାରୀ ଚାକିରି ହୁଏ ନାହିଁ । ଆଗରୁ ଅନେକ ଚାକିରିରେ ଲାଂଚ, ମାଛ, ମାଂସ ଦିଆ ନିଆ ହେଉଥିବା ଆପଣମାନେ ଅଳ୍ପେ ବହୁତେ ଶୁଣିଥିବେ । ତେବେ ପଶ୍ଚିମବଂଗରେ ଯାହା ଘଟିଛି ତାହା ସମସ୍ତଙ୍କ ଆଖି ଖୋଲିଦେଇଛି । ଶିକ୍ଷକ ନିଯୁକ୍ତି ବେଳେ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ପ୍ରମାଣ ଇଡି ହାତରେ ଲାଗିଛି । ଯାହାକୁ ନେଇ ସାରା ଦେଶରେ ଏବେ ମମତା ସରକାରଙ୍କ ମୁଖା ଖୋଲିଯାଇଛି ।

କେଉଁଠୁ ଆସିଲା ଏତେ ଟଙ୍କା ?

ଘଟଣା ଉପରେ ନଜର ପକାଇଲେ ଆପଣ ଜାଣିପାରିବେ । ପଶ୍ଚିମବଂଗରେ ଶହ ଶହ କୋଟି ଟଙ୍କାର କାରବାର ହୋଇଛି ଶିକ୍ଷକ, କିରାଣୀ ଏବଂ ଗ୍ରୁପ ଡି ନିଯୁକ୍ତିରେ । ତେବେ ଏକଥା ନୁଆ ନୁହେଁ । ଏ ଅଭିଯୋଗ ଆଜିର ନୁହେଁ । ମାମଲା 4 ବର୍ଷ ହେଲା କୋଲକତା ହାଇକୋର୍ଟରେ ଚାଲିଛି । ତେବେ ଜୁଲାଇ 22 ରେ ଇଡି ଅଧିକାରୀମାନେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସସି) ନିଯୁକ୍ତି ଅନିୟମିତତା ସ୍କାମରେ ଏକ ସଙ୍ଗେ 13 ଟି ସ୍ଥାନରେ ଚଢ଼ଉ କରିଥିଲେ । ଆଉ ଚଢ଼ାଉ ପରେ ପ୍ରତି ଦିନ ନୂଆ ନୂଆ ତଥ୍ୟ ବାହାରୁଛି । କୋଟି କୋଟି ଟଙ୍କା ଜବତ ହେଉଛି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଟିଏମସି ସଚିବ ପାର୍ଥ ଚାଟାର୍ଜୀ ହିଁ ଏହି ନିଯୁକ୍ତିରେ ଶହ ଶହ କୋଟି ଟଙ୍କା ଚାକିରି ଆଶାୟୀଙ୍କଠାରୁ ଆଦାୟ କରିଥିଲେ । ତେବେ ଏସବୁ ଟଙ୍କା କାହା ପାଖକୁ ଯାଇଛି ତାହା ଏବେ ବଡ଼ ପ୍ରଶ୍ନ ? ମନ୍ତ୍ରୀ ହିସାବରେ ସେ ଟଙ୍କା ଆଦାୟ କରିବା ପାଇଁ ତାଙ୍କର ଚେଲାଙ୍କୁ ନିଯୁକ୍ତି ଦେଇଥିଲେ । ପାର୍ଥ ଚାଟାର୍ଜୀ ଭାବିଥିଲେ ସେ ଧରାପଡିବେ ନାହିଁ । କିନ୍ତୁ ସେ ଧରାପଡିଲେ । ଏବଂ ଯିଏ ଟଙ୍କା ଆଦାୟ କରିଥିଲେ ସେ ମହାଶୟା ମଧ୍ୟ ଟଙ୍କା ସହ ଧରାପଡି ମନ୍ତ୍ରୀଙ୍କର ଟଙ୍କା ବୋଲି ମାନିଛନ୍ତି ।

ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ 4 ବର୍ଷ ପରେ ଯେତିକି ଟଙ୍କା ବାହାରିଛି ତାହାକୁ ଦେଖି ଇଡି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଅର୍ପିତାଙ୍କ ଫ୍ଲାଟରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଇଡି ଅଧିକାରୀମାନେ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ 21.20 କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା, ପ୍ରାୟ 60 ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା, ପ୍ରାୟ 90 ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, 20 ଟି ହାଇ-ଏଣ୍ଡ ଆପଲ୍ ଆଇଫୋନ୍, ଆଠଟି ଫ୍ଲାଟର କିଣା ବିକା ଦଲିଲ ସହ ଅନକେ ନୂଆ ବ୍ରାଣ୍ଡର ସୈାଖିନ କାର ମଧ୍ୟ ଜବତ କରିଛନ୍ତି ।

Also Read  ବିଏମ୍‌ସିରେ ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା : ବିଜେପିରେ କିଏ ପ୍ରାର୍ଥୀ ହେଲେ ପଢ଼ନ୍ତୁ ?

ଏହି ଦୁର୍ନୀତି ପାଇଁ ମନ୍ତ୍ରୀ ମହୋଦୟ ଅନେକ ପ୍ଲାନ ମଧ୍ୟ କରିଛନ୍ତି । ଆଉ ତାହା ହେଲା ନିଜେ ଧରାନପଡିବା ପାଇଁ ତାଙ୍କର ସହଯୋଗୀଙ୍କ ଦ୍ବାରା ସବୁ କାରନାମା କରିଛନ୍ତି । ଅର୍ପିତାଙ୍କଠାରୁ ଯେଉଁ ଦୁଇଟି ଡାଏରୀ ଜବତ କରାଯାଇଛି ସେଥିରେ ସବୁ କୋଡ ରେ ଲେଖାଯାଇଛି । ଯେପିର କାହାଠୁ କେତେ ଅର୍ଥ ଆସିଛି ତାହା ଜଣାପଡିବ ନାହିଁ । ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ, ଇଡି ଦୁଇଟି ରହସ୍ୟମୟ ଡାଏରୀ ଉଦ୍ଧାର କରିଛନ୍ତି, ଯେଉଁଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଡାଏରୀ ଏବଂ ଗୋଟିଏ ପକେଟ୍ ଡାଏରୀ । ଉଭୟ ଡାଏରୀଗୁଡିକ କୋଡେଡ୍ ମେସେଜ୍ ରେ ପରିପୂର୍ଣ୍ଣ, ଯାହା କୁ ପଢ଼ିଲେ ଅନେକ କିଛି ଗୁପ୍ତ ତଥ୍ୟ ଇଡି ଜାଣିପାରିବ । ତେବେ ଏଥିରେ ଆଉ ଅନେକ ଲୋକ ସାମିଲ ଅଛନ୍ତି । ସେମାନଙ୍କୁ ଗିରଫ କଲେ ଆହୁରି ଅନେକ ଟଙ୍କା ମଧ୍ୟ ମିଳିପାରିବ ।

କିପରି ଜଣା ପଡିଲା ସ୍କାମ

ଏଠାରେ ସୂଚନା ଯୋଗ୍ୟ ଅଗଷ୍ଟ 2016 ରେ, ସରକାରୀ ବିଦ୍ୟାଳୟରେ ଗ୍ରୁପ୍ ଡି, ଗ୍ରୁପ୍ ସି ଏବଂ ସହକାରୀ ଶିକ୍ଷକ ପଦବୀରେ ପ୍ରାର୍ଥୀ ଚୟନ ପାଇଁ SSC ପରୀକ୍ଷା ବିଜ୍ଞପ୍ତି ପ୍ରକାଶ କରିଥିଲା। 2017 ରେ ପରୀକ୍ଷା କରାଯାଇଥିଲା ଏବଂ ଗ୍ରୁପ୍ ଡି ଏବଂ ଗ୍ରୁପ୍ ସି ପାଇଁ ପ୍ୟାନେଲ୍ ଯଥାକ୍ରମେ 6 ନଭେମ୍ବର, 2017 ଏବଂ ଡିସେମ୍ବର 20, 2017 ରେ ପ୍ରକାଶିତ ହୋଇଥିଲା। ଶିକ୍ଷକମାନଙ୍କ ପାଇଁ ପ୍ୟାନେଲ୍ 2018 ରେ ପ୍ରକାଶିତ ହୋଇଥିଲା |

ନିଯୁକ୍ତି ନେଇ ବିଭ୍ରାଟ ହୋଇଥିବା କଥା ପ୍ରଥମେ ସାବିନା ୟାସିମିନଙ୍କ ସମେତ ସାତ ଜଣ ଆବେଦନକାରୀ କୋର୍ଟରେ ମାମଲା କରିଥିଲେ । ସେମାନେ ଦର୍ଶାଇଥିଲେ ଯେ ତାଙ୍କର ଅଧିକ ମାର୍କ ଥିବାବେଳେ ଅନ୍ୟମାନେ ଚାକିରି କରିଛନ୍ତି । ଗ୍ରୁପ ସି, ଗ୍ରୁପ ଡି, ଏବଂ ନବମ ଦଶମ ଶ୍ରେଣୀ ପାଇଁ ସହକାରୀ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣିଥିଲେ ଏହି ଆଶାୟୀ ଆବେଦନକାରୀମାନେ ।

ସେତେବେଳେ ସେମାନେ ଜାଣିନଥିଲେ ଯେ ଏଥିରେ ଏତେବଡ଼ ଦୁର୍ନୀତି ହୋଇଛି ବୋଲି । ଟଙ୍କା ନିଆଯାଇ ପିଲାଙ୍କୁ ଚାକିରି ଦିଆଯାଇଛି ବୋଲି । କାରଣ ପ୍ରଥମେ ରାଙ୍କିଙ୍ଗ ଅନୁସାରେ ଚାକିରି ଦିଆଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ସେଥିରେ ସ୍ବଚ୍ଛତା ରହିନଥିଲା । ଯାହା ଫଳରେ କେତେକ ପ୍ରାର୍ଥୀ କୋଲକତା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ମଧ୍ୟ ସମସ୍ତଙ୍କ ସ୍କୋର ଏବଂ ରାଙ୍କିଙ୍ଗ୍ ସହିତ ସ୍ୱଚ୍ଛତା ରଖି ତାଲିକା ପ୍ରକାଶ କରିବାକୁ କହିଥିଲେ। ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ତାଲିକା ଅପଲୋଡ୍ ପାଇଁ ହାଇକୋର୍ଟ 28 ମାର୍ଚ୍ଚ 2019 ରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏସଏସସି ତାହା ପାଳନ କରି ନଥିଲେ । କାରଣ ସରକାର ଚାହୁଁଥିଲେ ସ୍ବଚ୍ଛତା ନରହୁ । ସ୍ବଚ୍ଛତା ରହିଲେ ଟଙ୍କା ଆଦାୟ ହେବ କିପରି? ଯେତେବେଳେ ସମସ୍ତ ବିବରଣୀ ସହିତ ତାଲିକାଗୁଡ଼ିକ ଜୁନ୍ 20, 2019 ରେ ପ୍ରକାଶିତ ହେଲା । ସେତେବେଳେ ଜଣାପଡିଲା ଯେଉଁମାନେ ନିଯୁକ୍ତି ପାଇବା କଥା ସେମାନେ ପାଇନାହାଁନ୍ତି ।

Also Read  କଳିଙ୍ଗା ଘାଟି ଦେଇ ଟୁରିଷ୍ଟ ବସ ଚଳାଚଳ ନେଇ କିଛି ଏପରି ପରାମର୍ଶ ଦେଲେ ପରିବହନ ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here