ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ୨୦୨୪ ସୁଦ୍ଧା ଓହରିବ ରୁଷ

0
159

ରୁଷ ୟୁକ୍ରେନ ଯୁଦ୍ଧ ମହାକାଶ କୁ ମଧ୍ୟ ଭାଗ ଭାଗ କରିବାକୁ ବସିଛି । ଯୁଦ୍ଧକୁ ନେଇ ଋଷ ଆମେରିକା ମଧ୍ୟରେ ଛକାପଂଞ୍ଝା ଭିତରେ ଋଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି ଋଷ । ନିଜର ଏକ ସ୍ବତନ୍ତ୍ର ମହାକାଶ କେନ୍ଦ୍ର ଋଷ କରିବାକୁ ଚାହୁଁଛି । ଆଉ ତା ଉପରେ ଏବେ ଫୋକସ ଦେଉଛି ଋଷ । କାରଣ 2024 ସୁଦ୍ଧା ବର୍ତ୍ତମାନ ଚାଲୁଥିବା ମହାକାଶ କେନ୍ଦ୍ର କାର୍ଯ୍ୟ କରିବ । 2024 ପରେ ତାହା ଅକାମି ହୋଇଯିବ । ଏହାକୁ ନେଇ ଏବେଠୁ ଋଷ ଆଉ ଆମେରିକା ସହ ମହାକାଶ କେନ୍ଦ୍ର ନେଇ ମିଳିତ କାର୍ଯ୍ୟ କରିବ ନାହିଁ ବୋଲି ଘୋଷଣା କରିଛି । ଆଜି ପର୍ଯ୍ୟନ୍ତ ଆମେରିକା ଏବଂ ଋଷର ମହାକାଶ ବୈଜ୍ଞାନିକ ମାନେ ମିଳିତ ହୋଇ ମହାକାଶ କେନ୍ଦ୍ରକୁ ନିୟନ୍ତ୍ରଣ କରୁଥିଲେ ।

Also Read  ୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

LEAVE A REPLY

Please enter your comment!
Please enter your name here