ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ- 2021 ପାଇଁ ସମ୍ମାନୀତ ସାମ୍ଵାଦିକମାନଙ୍କ ନାମ ଘୋଷିତ

0
593

ନୂଆଦିଲ୍ଲୀ, 10/ 11:  ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ପଲ୍ଲୀବାଣୀ ମିଶନ ଦ୍ଵାରା ପ୍ରଦତ୍ତ ଓଡ଼ିଶା ଜର୍ଣ୍ଣାଲିଜିମ ଆୱାର୍ଡ– 2021 ପାଇଁ  ସମ୍ମାନୀତ ହେବାକୁ ଥିବା ସାମ୍ଵାଦିକମାନଙ୍କ ନାମ ଘୋଷଣା କରାଯାଇଛି | ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି, କନକ ଟିଭି ସଂପାଦକ ମନୋରଂଜନ ମିଶ୍ର, ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଉପ ଆବାସୀକ ସଂପାଦକ ଶିବ କୁମାର ମହାନ୍ତି, ଉତ୍କଳ ମେଲ୍ ସଂପାଦକ ପୀତବାସ ମିଶ୍ର, ଓଡ଼ିଶା ବାଇଟ୍ସ ଗୃପ ସଂପାଦକ ସନ୍ଦୀପ ମିଶ୍ର, ଗୁରୁ ଜମ୍ଵେଶ୍ଵର ବିଶ୍ଵବିଦ୍ୟାଳୟର ଜନ ସଂଚାର ବିଭାଗର ସହକାରୀ ପ୍ରଫେସର ମିହୀର ରଂଜନ ପାତ୍ର ଏବଂ ଓଟିଭି ବରିଷ୍ଠ କ୍ୟାମେରାମ୍ୟାନ ଗୋପାଳ ପ୍ରସାଦ ବର୍ମା | ନଭେମ୍ଵର 24 ତାରିଖ ବୁଧବାର ସଂଧ୍ୟାରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ରାମଚଂଦ୍ର ନାଥ ଗଣମାଧ୍ୟମକୁ ଜଣାଇଛନ୍ତି | ପ୍ରକାଶ ଥାଉକି ଏହି ପୁରସ୍କାର ପ୍ରତିବର୍ଷ ଓଡ଼ିଆ ସାମ୍ଵାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀରେ ପ୍ରଦାନ କରାଯାଇଥାଏ |

Also Read  The Awardees for Odisha Journalism Award 2021 announced