କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅବସରପ୍ରାପ୍ତ ଓଆଇଏସ ଅଫିସରଙ୍କ ସମେତ ୨ ଗିରଫ

0
484
another two accused-arrest-in-cameraman-manas-swain-murder-case

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ ସାମ୍ନାକୁ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ । ନିରଞ୍ଜନ ହେଉଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ। ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡାଇରେକ୍ଟର(ଟେକ୍ନିକାଲ୍‌) ଥିଲେ। ନିରଞ୍ଜନ ସେଠୀଙ୍କ ସହ ରଂଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ମେଡିକାଲ୍‌ ଚେକ୍‌ଅପ୍‌ ପରେ କୋର୍ଟ ଚାଲାଣ କରାଯିବ। ପୋଲିସ ପ୍ରମାଣ ଅନୁସାରେ, ମାନସକୁ ମାଡ ମାରିବା, ନିର୍ଯ୍ୟାତନ ଦେବା ଏବଂ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ରହିଛି । ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ମାନସ ସ୍ବାଇଁ ହତ୍ୟା ଘଟଣାରେ ଖୋଳତାଡ୍‌ ଜାରି ରଖିଛି ପୋଲିସ । ସବୁଠାରୁ ବଡ ପ୍ରମାଣ ମେମୋରୀ ଚିପ୍‌କୁ ଖୋଜି ବାହାର କରିବାକୁ ନୟାନ୍ତ ହେଲାଣି ପୋଲିସ । ଚିପ୍‌ ମିଳିଲେ ଯାଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଜଣାପଡିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଓ୍ବେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ଏବେ ବି ଫେରାର୍ ଅଛି । ମାନସ ହତ୍ୟା ମାମଲାରେ ଏଯାଏ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Also Read  କାଲି ମହାରାଷ୍ଟ୍ରରେ ବହୁମତ ପରୀକ୍ଷା, ସରକାର ବଞ୍ଚାଇବାକୁ ପାୱାରଙ୍କ ଘରେ ଘନ ଘନ ବୈଠକ