ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ: କହିଲେ ‘ମୋତେ ମାରି ସାରିଲଣି, ଆଉ ଡରାଅନି’

0
292
Another Vedio of MP Anubhav Mohanty

କଟକ: ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ କହିଛନ୍ତି କି “ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ ।” ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି ।

ଭିଡିଓରେ ଅନୁଭବ ନିଜ ଶେଷ ଇଚ୍ଛା କହିବା ସହ ଫ୍ୟାନ୍ସ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି।’ ଭିଡିଓରେ ଅନୁଭବ ଏପରି ଭାବେ ନିଜ ଅସହାୟତା ପ୍ରକାଶ କରିଥିଲେ ମଧ୍ୟ କାହାରି ନାଁ ନେଇ ନାହାନ୍ତି। ଅନୁଭବ ଆହୁରି କହିଛନ୍ତି, ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି। କାରଣ ମୋ ପାଟି ସିଲ୍‌ ହୋଇ ଯାଇଛି । ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ। ’

Also Read  ଏଫଆଇଏଚ ହକି ପ୍ରୋ ଲିଗ: ଭାରତ ମହିଳା ଦଳରେ ୪ ଓଡିଆ